କୋଇଲାରୁ ୭୯% ବିଦ୍ୟୁତ୍ ଉତ୍ପାଦନ

0 123

ନୂଆଦିଲ୍ଲୀ,: ଦେଶରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୋଇଲା ଉପରେ ନିର୍ଭରଶୀଳତା ବଢ଼ୁଛି । ୨୦୨୩- ୨୪ ଆର୍ଥିକବର୍ଷରେ ଏହା ୭୯ ପ୍ରତିଶତକୁ ବି ୧୬,୯୦୬ ପେଟାଜୁଲ୍ସରେ ପହଞ୍ଚିଛି ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଭାରତରେ ଶକ୍ତି ପରିସଂଖ୍ୟାନ ୨୦୨୫ ରିପୋର୍ଟରୁ ଏହା ଜଣାଯାଇଛି । ଦେଶରେ ୨୦୧୪- ୧୫ ବର୍ଷଠାରୁ ମୋଟ ଶକ୍ତି ଉତ୍ପାଦନରେ କୋଇଲାର ଅଂଶ ସର୍ବଦା ୭୦ ପ୍ରତିଶତରୁ ଅଧିକ ରହିଆସିଛି ।
କୋଇଲା ଉତ୍ପାଦନ ମଧ୍ୟ ୨୦୨୨-୨୩ ବର୍ଷରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି । ରିପୋର୍ଟରୁ ଏହା ମଧ୍ୟ ଜଣାଯାଇଛି ଯେ ଦେଶରେ ମୋଟ ପ୍ରାଥମିକ ବିଦ୍ୟୁତ୍ ଯୋଗାଣ ୨୦୨୩-୨୪ରେ ୭.୮ ପ୍ରତିଶତ ବୃଦ୍ଧି ପାଇ ୯୦୩୧୫୮ କିଲୋଟନ୍‌ ତେଳ ସମତୁଲରେ ପହଞ୍ଚିଛି । ବିଗତ ବର୍ଷଗୁଡ଼ିକ ମଧ୍ୟରେ ଭାରତରେ ମୁଣ୍ଡପିଛା ବିଜୁଳି ଖର୍ଚ୍ଚ ୨୦୧୪- ୧୫ରେ ୧୪୬୮୨ ମେଗା ଜୁଲ୍‌ ରହିଥିବାବେଳେ ୨୦୨୩-୨୪ରେ ଏହା ୧୮୪୧୦ ମେଗା ଜୁଲ୍କୁ ବୃଦ୍ଧି ପାଇଛି, ଅର୍ଥାତ୍ ବାର୍ଷିକ ୨.୫୫ ପ୍ରତିଶତ ହାରରେ ଏହା ବଢ଼ିଛି ।

Leave A Reply

Your email address will not be published.