ମୁମ୍ବାଇ, : ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନିତା ଆହୁଜା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ, ଗୋବିନ୍ଦା ଏବଂ ସୁନିତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଉଭୟ ଛାଡପତ୍ର ନେବାକୁ ଯୋଜନା କରୁଛନ୍ତି ବୋଲି ଖବର ଆସିଥିଲା । ତଥାପି, ସୁନିତା ଆଗକୁ ଆସି ଏହି ସମସ୍ତ ରିପୋର୍ଟକୁ ଖଣ୍ଡନ କରି ମିଥ୍ୟା କହିଥିଲେ । ସେ ଗୋବିନ୍ଦାଙ୍କ ସହ ଖୁସି ଅଛନ୍ତି ଏବଂ ସେ ଗୋବିନ୍ଦାଙ୍କ ସହ ଛାଡପତ୍ର ନେଉନାହାଁନ୍ତି ବୋଲି ସୁନୀତା କହିଥିଲେ । ନିକଟରେ ସୁନିତା ଇନଷ୍ଟାଗ୍ରାମରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି । ଏହା ପରେ, ଗୋବିନ୍ଦା ଏବଂ ସୁନିତାଙ୍କ ମଧ୍ୟରେ ଛାଡପତ୍ର ସମ୍ପର୍କରେ ଖବର ପୁଣି ଆସିବା ଆରମ୍ଭ ହୋଇଛି । ସୁନିତା କହିଛନ୍ତି, ମୁଁ ଆହୁଜା ଏବଂ ଏହା କେବେ ପରିବର୍ତ୍ତନ ହେବ ନାହିଁ । ଯେତେବେଳେ ମୁଁ ଏହି ଦୁନିଆ ଛାଡିବି ସେତେବେଳେ ହିଁ ସରନେମ୍ ହଟିଯିବ । ମୁଁ ମୋ ନାମରୁ ଆହୁଜା ହଟାଇ ଦେଇଛି ଏବଂ ମୋର ପ୍ରଥମ ନାମ ସହିତ ଏକ ଅତିରିକ୍ତ ଏସ୍ ଯୋଡିଛି । ମୁଁ ନ୍ୟୁମୋରୋଲୋଜି ପାଇଁ ଏହା କରିଛି । ଆମର ଏକ ଖୁସି ପରିବାର । ଏବେ ସୁନିତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କେବଳ ସୁନିତା ନାମ ଲେଖାଯାଇଛି । ଗୋବିନ୍ଦା ଏବଂ ସୁନିତା ପ୍ରେମ ବିବାହ ହୋଇଥିଲା । ସେମାନେ ୧୯୮୭ ମସିହାରେ ବିବାହ କରିଥିଲେ । ଗୋବିନ୍ଦା ଏବଂ ସୁନିତାଙ୍କର ଦୁଇଟି ସନ୍ତାନ, ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ରହିଛି ।