ଚିନ୍ତା ବାଇଲାଣି ବିଦେଶୀ ମୁଦ୍ରା ଭଣ୍ଡାର: ୩ ମାସରେ ୭୯ ବିଲିଅନ ଡଲାର ହ୍ରାସ

0 60

ମୁମ୍ବାଇ,: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପୁଣି ନିମ୍ନମୁଖୀ ହୋଇଛି । ଜାନୁଆରି ୧୦ରେ ଶେଷ ହୋଇଥିବା ସପ୍ତାହ
ସୁଦ୍ଧା ଏହା ୬୨୫.୮୭୧ ବିଲିଅନ ଡଲାର ସ୍ତରକୁ କମିଯାଇଛି । ଜାନୁଆରି ୩ରୁ ୧୦ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ
୮.୭୧୪ ବିଲିଅନ ଡଲାରର ହ୍ରାସ ଦେଖାଦେଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି । ଗତବର୍ଷ ସେପ୍ଟେମ୍ବର ୨୭ ତାରିଖ ବେଳକୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ରେକର୍ଡ ୭୦୪.୮୮୫ ବିଲିଅନ ଡଲାରରେ ପହଞ୍ଚିଥିଲା । କିନ୍ତୁ ତା\’ପରଠାରୁ ଏହା କମିବାରେ ଲାଗିଛି । ଗତ ପ୍ରାୟ ସାଢ଼େ ୩ ମାସ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୭୯.୦୧୪ ବିଲିଅନ ଡଲାରର ହ୍ରାସ ଘଟିଛି । ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର
ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ବହୁମାତ୍ରାରେ ଦୁର୍ବଳ ହେବାରେ ଲାଗିଛି । ତେଣୁ ଟଙ୍କା ମୂଲ୍ୟରେ ସ୍ଥିରତା ପାଇଁ ରିଜର୍ଭ ବ୍ୟାଙ୍କକୁ ବିଦେଶୀ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଥିବା ବିଦେଶୀ ମୁଦ୍ରାକୁ ବାହାର କରିବାକୁ ପଡ଼ୁଛି । ଏହା ବିଦେଶୀ
ମୁଦ୍ରା ଭଣ୍ଡାର ହ୍ରାସର ଏହା ଏକ ବଡ଼ କାରଣ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ନୂଆ ତଥ୍ୟରୁ ଜଣାଯାଇଛି ଯେ ଜାନୁଆରି ୧୦ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ୯.୪୬୯ ବିଲିଅନ ଡଲାର ହ୍ରାସ ଘଟି ୫୩୬.୦୧୧ ବିଲିଅନ ଡଲାର ରହିଛି । ଭାରତୀୟ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଥିବା ଅଣ
ଆମେରିକୀୟ ମୁଦ୍ରା ଯଥା ୟୁରୋ, ପାଉଣ୍ଡ୍ ଏବଂ ୟେନ୍ ଆଦିର ମୂଲ୍ୟରେ ହେଉଥିବା ହ୍ରାସବୃଦ୍ଧିର ରାଶିକୁ ବେଦେଶିକ ମୁଦ୍ରା ପରିସଂପତ୍ତି କୁହାଯାଇଥାଏ । କିନ୍ତୁ ଆଲୋଚ୍ୟ ସପ୍ତାହରେ ମହଜୁଦ ଥିବା ସୁନାରେ ୭୯୨ ନିୟୁତ ଡଲାର ବୃଦ୍ଧି ଘଟି ୬୭.୮୮୩ ବିଲିଅନ ଡଲାର ରହିଛି । କିନ୍ତୁ ସ୍ପେସାଲ ଡ୍ରଇଂ ରାଇଟ୍ସ (ଏସ୍ଡିଆର୍‌)ରେ ୩୩ ନିୟୁତ ଡଲାର ହ୍ରାସ ଘଟି ତାହା ୧୭.୭୮୧ ବିଲିଅନ ଡଲାରକୁ ଖସିଆସିଛି । ଏଥିସହିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଥିବା ମୁଦ୍ରାରେ ୪ ନିୟୁତ ଡଲାର ହ୍ରାସ ଘଟି ୪.୧୯୫ ବିଲିଅନ ଡଲାର ରହିଛି ।

Leave A Reply

Your email address will not be published.