ପାରାଦୀପ -ଶ୍ରମିକନେତା ବାପି ସର୍ଖେଲ୍ ଙ୍କ ନାମରେ ଅଭିଯୋଗ ଓ ଗିରଫ ଦାବି । ଭାରତୀୟ ଜାତୀୟ ପତାକା ମର୍ଯ୍ୟାଦା ଉଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବୀକରି ପାରାଦୀପ ଆଦର୍ଶ ଥାନାରେ ପୃଥକ ପୃଥକ ଭାବେ ଦୁଇଟି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । କିଛିଦିନ ତଳେ ସୋସିଆଲ ମିଡିଆରେ ଶିଳ୍ପମନ୍ତ୍ରୀ ଙ୍କୁ ଟାର୍ଗେଟ କରି ଏକ ଭିଡିଓ ପୋଷ୍ଟ ବେଳେ ତାଙ୍କ ପାଖରେ ଯେଉଁ ଭଳି ଭାବେ ଜାତୀୟ ପତାକା ରଖାଯାଇଥିଲା ତାହାକୁ ନେଇ ପାରାଦୀପ ସିଟିଜେନ ଫୋରମ ଏବଂ ନାରାୟଣ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟ ଦୁଇଟି ସଂଗଠନ ପକ୍ଷରୁ ପାରାଦୀପ ଆଦର୍ଶ ଥାନାରେ ପୃଥକ ଭାବେ ଥାନାରେ ଅଭିଯୋଗ କରାଯାଇଛି l ସିଟିଜେନ ଫୋରମ ର ସଭାପତି ଏବଂ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ପାରାଦୀପ ଆଦର୍ଶ ଥାନାର ଅଧିକାରୀ ଙ୍କୁ ଭେଟି ଅଭିଯୋଗ ପତ୍ର ଦେବା ସହ ବାପି ସର୍କେଲ କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛନ୍ତି l ଅତୀତରେ ଦୁଇ ଦୁଇଟା ହତ୍ୟା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ସର୍କେଲ ପାରାଦୀପ ରେ ଅସାମାଜିକ କାର୍ଯ୍ୟକଳାପ ଚଳାଇବା ସହ ଏଠାରେ ଅଶାନ୍ତି ର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ତେବେ ଅତୀତରେ ପାରାଦୀପରେ ଘଟିଥିବା ହତ୍ୟା ଘଟଣା ଓ ଅନ୍ୟ ଅପରାଧିକ ଘଟଣାରେ ସମ୍ପୃକ୍ତ ଥିବା ବାପି ସର୍କେଲ ଙ୍କୁ ସିବିଆଇ ତଦନ୍ତ କରାଯିବା ନେଇ ସିଟିଜେନ ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବୀ କରାଯିବ ବୋଲି ଫୋରମ ର ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ କହିଛନ୍ତି ।