ନୂଆଦିଲ୍ଲୀ, : ୨୬/୧୧ ମୁମ୍ୱାଇ ଆତଙ୍କୀ ଆକ୍ରମଣର ମଷ୍ଟରମାଇଣ୍ଡ ତେହବୁର ରାଣା ଦିଲ୍ଲୀରେ ପହଞ୍ଚିଛି । ଆମେରିକାରୁ ଭାରତୀୟ ଅଧିକାରୀମାନେ ତାକୁ କଡା ସୁରକ୍ଷା ମଧ୍ୟରେ ଆଣି ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ରାଣାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ଅତ୍ୟଧିକ ସୁରକ୍ଷା ପାଇଁ ଏହି ବିମାନରେ ଭାରତୀୟ ଗୁପ୍ତଚର ତଥା ଅନୁସନ୍ଧାନକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବିମାନବନ୍ଧରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥାର
ଅନୁପାଳନ କରାଯାଇଥିଲା । ଦିଲ୍ଲୀର ପଲାମ ବିମାନ ବନ୍ଦରରେ ରାଣାକୁ ନବା ପାଇଁ ବୁଲେଟ ପ୍ରୁଫ ଗାଡି ସାଙ୍ଗକୁ ସଶସ୍ତ୍ର କମାଣ୍ଡୋମାନେ ମୃତୟନ ରହିଥିଲେ । ରାଣାକୁ ନେଇ ଆସିଥିବା ବିମାନଟି ମଧ୍ୟାହ୍ନ ୨ଟା ୫୦ ସୁଦ୍ଧା ବିମାନବନ୍ଦରରେ ଅବତରଣ କରିଥିଲା । ଏହାପରେ ତାକୁ ଏକ କନଭୟରେ ଜାତୀୟ ଅନୁସନ୍ଧାନ ସଂସ୍ଥା (ଏନଆଇଏ)ର ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ରାଣାକୁ ପଚରାଉଚରା କରିବା ପାଇଁ ପୂର୍ବରୁ ଏକ ଉଚ୍ଚ ସୂରକ୍ଷା ସମ୍ପନ୍ନ ଇଣ୍ଟରୋଗେସନ କକ୍ଷ ପ୍ରସ୍ତୁତ କରାଯାଇଥିଲା । ସେଠାରେ ରାଣାକୁ ୨୬/୧୧ ଆକ୍ରମଣରେ ତାର ଭୂମିକା କଣ ରହିଥିଲା ସେନେଇ ଏନଆଇଏର ଅଧିକାରୀମାନେ ପଚରାଉଚରା କରିବେ ବୋଲି ଜଣାପଡିଛି । ଆପଣଙ୍କୁ ଜଣାଇରଖୁ ଯେ ୨୦୦୮ ମସିହାରେ ହୋଇଥିବା ଏହି ଆକ୍ରମଣରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ଅନେକ ବିଦେଶ ନାଗରିକ ମଧ୍ୟ ରହିଥିଲେ । ଏହାପରେ ରାଣାଙ୍କୁ ଦିଲ୍ଲୀ ଅଦାଲତରେ ହାଜର କରାଯିବ ବୋଲି ସୂଚନା ରହିଛି । ତାଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର, ଭାରତ ବିରୋଧରେ ଯୁଦ୍ଧ ଘୋଷଣା, ହତ୍ୟା, ଜାଲିଆତି ଏବଂ ଅନୈତିକ କାର୍ଯ୍ୟକଳାପ (ନିଷେଧ) ଅଧିନିୟମ ଅଧୀନରେ ବହୁତ ଅଭିଯୋଗ ରହିଛି । ରାଣାଙ୍କ ପ୍ରତ୍ୟାର୍ପଣ ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ଭାବେ ଅଭିହିତ କରାଯାଉଛି ଯାହା ଆକ୍ରମଣର ୧୫ ବର୍ଷରୁ ଅଧିକ ସମୟ ପରେ ନ୍ୟାୟ ପାଇଁ ତାକୁ ଭାରତକୁ ପ୍ରତ୍ୟାର୍ପଣକୁ ଦର୍ଶାଉଛି ।
ଦିଲ୍ଲୀରେ ପହଞ୍ଚିଲା ୨୬/୧୧ ମୁମ୍ୱାଇ ଆକ୍ରମଣର ମଷ୍ଟରମାଇଣ୍ଡ ତେହବୁର ରାଣା
Prev Post