ନୂଆଦିଲ୍ଲୀ,: ଭାରତର ଅର୍ଥନୀତି ଆଗାମୀ ତିନି ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନକୁ ପଛରେ ପକାଇ ଦେବ ଏବଂ ୨୦୪୭ ସୁଦ୍ଧା ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବାର ସମ୍ଭାବନା ରହିଛି । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ବି.ଭି.ଆର. ସୁବ୍ରହ୍ମଣ୍ୟମ ଗୁରୁବାର ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି କହିଛନ୍ତି, ଭାରତ ବିଶ୍ୱ ପାଇଁ ଶିକ୍ଷାର କେନ୍ଦ୍ର ହୋଇପାରେ କାରଣ ଅନ୍ୟ ସମସ୍ତ ଜିନିଷଠାରୁ ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହାର
ଗଣତନ୍ତ୍ର । ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି: ସେ କହିଛନ୍ତି, ବର୍ତ୍ତମାନ ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିୟ ଆଗାମୀ ବର୍ଷର ଶେଷ ସୁଦ୍ଧା ଆମେ ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବୁୟ ତା\’ପରେ ପରବର୍ତ୍ତୀ ବର୍ଷରେ ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହେବୁ । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, ଭାରତର ଅର୍ଥନୀତିର ଆକାର ବର୍ତ୍ତମାନ ୪.୩ ଟ୍ରିଲିୟନ ଆମେରିକୀୟ ଡଲାରୟ ବି.ଭି.ଆର. ସୁବ୍ରହ୍ମଣ୍ୟମ କହିଛନ୍ତି, ଆମେ ତିନି ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନଠାରୁ ମଧ୍ୟ ବଡ଼ ହେବୁ । ୨୦୪୭ ସୁଦ୍ଧା ଆମେ ଦ୍ୱିତୀୟ ବୃହତ୍ତମ ଅର୍ଥନୀତି (୩୦ ଟ୍ରିଲିୟନ ଆମେରିକୀୟ ଡଲାର) ହେବାର ସମ୍ଭାବନା ରହିଛି । ଭାରତର ସମସ୍ୟା ନିମ୍ନ ଆୟ ଦେଶଗୁଡ଼ିକ ଠାରୁ ଭିନ୍ନ: ସେ ଆଇନ ଏବଂ ହିସାବ ନିକାଶ ସମେତ ସମସ୍ତ ଭାରତୀୟ କମ୍ପାନୀଙ୍କୁ ବିଶ୍ୱ ନେତା ହେବାର ଆକାଂକ୍ଷା ରଖିବାକୁ ଆହ୍ୱାନ ଦେଇଛନ୍ତି । ନୀତି ଆୟୋଗର ସିଇଓ କହିଛନ୍ତି ଯେ ମଧ୍ୟମ ଆୟ ଦେଶଗୁଡ଼ିକର ସମସ୍ୟା ନିମ୍ନ ଆୟ ଦେଶଗୁଡ଼ିକର ସମସ୍ୟାଠାରୁ ବହୁତ ଭିନ୍ନ । ଏହା ଗରିବଙ୍କୁ ଖାଦ୍ୟ ଦେବା କିମ୍ବା ସେମାନଙ୍କୁ ପୋଷାକ ଯୋଗାଇବା ବିଷୟ ନୁହେଁ, ଏହା ଜ୍ଞାନ ଆଧାରିତ ଅର୍ଥନୀତିକୁ କିପରି ଗଢ଼ି ତୋଳାଯାଇ ପାରିବ । ଜନସଂଖ୍ୟା ଏବଂ ଶ୍ରମଶକ୍ତିରେ ଭାରତର ଶକ୍ତି: ସୁବ୍ରହ୍ମଣ୍ୟମ କହିଛନ୍ତି ଯେ ବିଶ୍ୱରେ କେବେ ଏପରି ପରିସ୍ଥିତି ଦେଖାଯାଇ ନାହିଁ ଯେଉଁଠାରେ ଜନସଂଖ୍ୟା ହ୍ରାସ ପାଇବ । ସେ କହିଛନ୍ତି, ଜାପାନ ୧୫,୦୦୦ ଭାରତୀୟ ନର୍ସ ଏବଂ ଜର୍ମାନୀ ୨୦,୦୦୦ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା ନେଉଛି କାରଣ ସେମାନଙ୍କ ପାଖରେ ପେସାଦାର ଲୋକଙ୍କ ଅଭାବ ରହିଛି ଏବଂ ପାରିବାରିକ ବ୍ୟବସ୍ଥା ମଧ୍ୟ ଭାଙ୍ଗି ପଡ଼ିଛି । ସେ ଆହୁରି କହିଛନ୍ତି, ଭାରତ ବିଶ୍ୱରେ କାର୍ଯ୍ୟକ୍ଷମ ବୟସର ଲୋକଙ୍କର ଏକ ସ୍ଥିର ଯୋଗାଣକାରୀ ହେବ ଏବଂ ଏହା ହିଁ ଆମର ସବୁଠାରୁ ବଡ଼ ଶକ୍ତି ।
ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତର ଅର୍ଥନୀତି
Next Post