ନୂଆଦିଲ୍ଲୀ,: ନିଯୁକ୍ତିଦାତାଙ୍କ ବିନା ଯାଞ୍ଚ ଏବଂ ଅନୁମୋଦନରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ୭.୬ କୋଟିରୁ ଊର୍ଦ୍ଧ ସଦସ୍ୟ ସେମାନଙ୍କ ନାମ, ଜନ୍ମତାରିଖ ଆଦି ଅନ୍ଲାଇନରେ ବଦଳାଇପାରିବେୟ ଏହା ବ୍ୟତୀତ ଇ-କୱୋଇସି ଇପିଏଫ୍ ଆକାଉଣ୍ଟ ଥିବା ସଦସ୍ୟମାନେ ଅନ୍ଲାଇନରେ ସେମାନଙ୍କ ଇପିଏଫ୍ ଟ୍ରାନ୍ସଫର କ୍ଲେମ୍ ଫାଇଲ୍ କରିପାରବେ । ଏଥିପାଇଁ ନିଯୁକ୍ତିଦାତାଙ୍କ ହସ୍ତକ୍ଷେପ ଆବଶ୍ୟକ ପଡ଼ିବ ନାହିଁ । ଆଧାର ଓଟିପି ବଳରେ ଏହା କରାଯାଇ ପାରିବ । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ଦୁଇଟି ନୂଆ ସେବାର ଶୁଭାରମ୍ଭ କରିଛନ୍ତି । ସଦସ୍ୟଙ୍କ ପ୍ରୋଫାଇଲ ବା କୱୋଇସି ପ୍ରସଙ୍ଗକୁ ନେଇ ୨୭ ପ୍ରତିଶତ ଅଭିଯୋଗ ରହିଥିବାବେଳେ ଉକ୍ତ ସେବା ବଳରେ
ତାହା ଯଥେଷ୍ଟ ହ୍ରାସ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ନିଯୁକ୍ତି ଦାତାମାନଙ୍କର ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ସେମାନେ ମଧ୍ୟ ଏଭଳି ଅନୁରୋଧରୁ ମୁକ୍ତ ହୋଇ ପାରିବେ । ଇପିଏଫ୍ଓ ପୋର୍ଟାଲରେ ମିଳିତ ଘୋଷଣାନାମା ପ୍ରକ୍ରିୟାକୁ ସରଳ କରାଯାଇଛି । ଏହାଦ୍ୱାରା କର୍ମଚାରୀ ନିଜେ ନିଜର ବ୍ୟକ୍ତିଗତ ତଥ୍ୟରେ ରହିଥିବା ତ୍ରୁଟି ସଂଶୋଧନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।