ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ

0 126

ନୂଆଦିଲ୍ଲୀ, : ଦିଲ୍ଲୀର ନୂଆ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଗୁରୁବାର ଶପଥ ନେଇଛନ୍ତି । ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସାକ୍ସେନା ତାଙ୍କୁ ଶପଥ ପାଠ କରାଇଥିଲେ । ଏହା ସହିତ, ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ଭାଜପା ସରକାର ଗଠନ କରିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ଏବଂ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଛନ୍ତି । ଅନ୍ୟପକ୍ଷେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଅନ୍ୟପକ୍ଷେ ନୂଆଦିଲ୍ଲୀ ଆସନର ଭାଜପା ବିଧାୟକ ପରଭେଶ ବର୍ମା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପରଭେଶ ବର୍ମା ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିଥିଲେ । ଏବେ ସେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କ୍ୟାବିନେଟରେ ବଡ଼ ଦାୟିତ୍ୱ ନେଇପାରନ୍ତି । ଭାଜପା ବିଧାୟକ ଆଶିଷ ଶୀଲା ମଦନ ଗୋପାଳ ସୁଦଙ୍କୁ ଲେଫ୍ଟନାଣ୍ଟ ଗଭର୍ନର ଭିକେ ସାକ୍ସେନା ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ଏହି ସମୟରେ ଆଶିଷ ସୁଦ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ଦିଲ୍ଲୀ ଏବଂ ଦିଲ୍ଲୀବାସୀଙ୍କ ପ୍ରତି ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ । ଭାଜପା ବିଧାୟକ ମଞ୍ଜିନ୍ଦର ସିଂହ ସିରସା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ପଞ୍ଜାବୀ ଭାଷାରେ ଶପଥ ନେଇଥିଲେ । ସେହିପରି ଭାଜପା ବିଧାୟକ ରବୀନ୍ଦ୍ର ଇନ୍ଦ୍ରରାଜ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ।

Leave A Reply

Your email address will not be published.