ନୂଆଦିଲ୍ଲୀ, : ପହଲଗାମରେ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଭାରତର ବିବାଦ ଜାରି ରହିଛି । ଏହା ଭିତରେ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ନୌସେନା ମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠି ଶନିବାର ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପିଏମ୍ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସେଭଳି କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିଥିଲେ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ସାମିଲ ଥିଲେ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାୟୁସେନା ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ କରିଥିଲେ । ସେ ଏହାଛଡା ଆଉ ଅଧିକ କୌଣସି ସୂଚନା ଦେଇନଥିଲେ । ୨୨ ଅପ୍ରେଲରେ ପହଲଗାମରେ ଆତଙ୍କୀ ହମଲା ପରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏସ)ଙ୍କ ମଧ୍ୟ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହାପରେ ସରକାର ସେନାକୁ ଆକ୍ସନ ନେବାକୁ ସବୁ କ୍ଷମତା ଦେଇଛନ୍ତି । ଗୁଇନ୍ଦା ଏଜେନ୍ସି ରିପୋର୍ଟରେ ପୂର୍ବରୁ ୁହାଯାଇଥିଲା ଯେ, ୧୯ ଅପ୍ରେଲ ନିକଟରେ ଆତଙ୍କୀ ହମଲା ରିବାରଯୋଜନା ଥିଲା । ତେବେ ଏହି ରିପୋର୍ଟରେ ଲୋକେସନ୍ ଶ୍ରୀନଗର ବୋଲି କୁହାଯାଇଥିଲା । ଶ୍ରୀନଗର ଆଖପାଖରେ ସୁରକ୍ଷା ବଢାଇ ଦିଆଯାଇଛି, କିନ୍ତୁ ତଙ୍କବାଦୀମାନେ ନିଜର ପ୍ଲାନ୍ ବଦଳାଇ ଦେଇଛନ୍ତି ଓ ପହଲଗାମରେ ନିରିହ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଥିଲେ । ଭାରତର କଡା ଆଭିମୁଖ୍ୟ ପରେ ପାକିସ୍ତାନ ଖୁବ୍ ଭୟଭୀତ ହୋଇଛି । ଭାରତୀୟ ନୌସେନା ଆରବ ସାଗରରେ ସମରାଭ୍ୟାସ୍ କରିଛି । ୩ ମଇରେ ନୌସେନା ଲାଇଭ ଫାଏଲ ଡ୍ରିଲ କରୁଛି । ଏହାର ଅର୍ଥ ବାସ୍ତବିକ ଯୁଦ୍ଧ ଭଳି ସ୍ଥିତି ତିଆରି କରି ସମରାଭ୍ୟାସ କରିବା ।