ପାକ୍‌କୁ ମୋଦିଙ୍କ ଚେତାବାନୀ: ଖୁସିରେ ରୁହ, ରୁଟି ଖାଅ ନଚେତ ମୋର ଗୁଳି ଅଛ

0 100

ନୂଆଦିଲ୍ଲୀ, : ପୁଣିଥରେ ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପାକିସ୍ତାନକୁ ଚେତାବନୀ ଦେବା ସହ ଭାରତ ସହ ନ ଲାଗିବା ପାଇଁ ପରାମର୍ଶ ଦେଇଛନ୍ତି । ଗୁଜରାଟର ଭୁଜରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ପର୍ଯ୍ୟଟନରେ ବିଶ୍ୱାସ କରେ । ପର୍ଯ୍ୟଟକ ଲୋକଙ୍କୁ ଏକାଠି କରିଥାଏ । କିନ୍ତୁ ପାକିସ୍ତାନ ଭଳି ଦେଶ ଭାବୁଛନ୍ତି ଯେ ଆତଙ୍କବାଦ ହେଉଛି ପର୍ଯ୍ୟଟନ । ଏହା ପୂରା ବିଶ୍ୱ ପାଇଁ ଗୋଟିଏ ବଡ଼ ବିପଦ । ପାକିସ୍ତାନକୁ କଡ଼ା ଚେତାବାନୀ ଦେଇ ମୋଦି କହିଛନ୍ତି ଯେ ନିଜେ ଭଲରେ ରୁହ ଓ ଅନ୍ୟକୁ ଶାନ୍ତିରେ ରହିବାକୁ ଦିଅ । ନଚେତ ଭାରତର ଗୁଳିର ସାମ୍ନା କର । ସେ କହିଛନ୍ତି, ସୁଖ ଶାନ୍ତିର ଜୀବନ ବଞ୍ଚ । ରୁଟି ଖାଅ । ନଚେତ ମୋର ଗୁଳି ସବୁବେଳେ ପ୍ରସ୍ତୁତ ହୋଇ ରହିଛି । ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ବିରୋଧରେ ଭାରତ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୁଣି ମୋଦି ସମସ୍ତଙ୍କୁ ଜଣାଇଛନ୍ତି । ସେ କହିଛନ୍ତି, ଅପରେସନ ସିନ୍ଦୂର ଭାରତ ନୀତିକୁ ସ୍ପଷ୍ଟ କରିଛି । ଆମକୁ ଯିଏ ରକ୍ତାକ୍ତ କରିବ, ସିଏ ସମାନ ଜବାବ ପାଇବ । ସେମାନଙ୍କୁ କୌଣସି ବି ପରିସ୍ଥିତିରେ ଛଡ଼ା ଯିବ ନାହିଁ । ମାନବିକତାର ସୁରକ୍ଷା ଓ ଆତଙ୍କବାଦର ମୂଳପୋଛ ପାଇଁ ଅପରେସନ ସିନ୍ଦୂର ଗୋଟିଏ ମିଶନ । ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଭାରତୀୟ ସେନା ମେ\’ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ବଡ଼ ଆଟାକ କରିଥିଲା । ଭାରତୀୟ ବାୟୁସେନା ଏଠାରେ ଥିବା ଲସ୍କର ଓ ଜୈଶର ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା । ମୋଦି ତାଙ୍କ ଭାଷଣରେ ଅଭିଯୋଗ କରିଛନ୍ତି ଯେ ପହଲଗାମ ନରସଂହାର ବିରୋଧରେ ପାକିସ୍ତାନ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ସେ କହିଛନ୍ତି, ଆତଙ୍କବାଦ ବିରୋଧରେ ପାକିସ୍ତାନ କ\’ଣ ପଦକ୍ଷେପ ନେଉଛି, ତା\’କୁ ଆମେ ୧୫ ଦିନ ଯାଏ ଅପେକ୍ଷା କରିଥିଲୁ । କିନ୍ତୁ ଆତଙ୍କବାଦ ସେମାନଙ୍କ ବ୍ରେଡ ଓ ବଟରରେ ରହିଛି । ଯେତେବେଳେ ସେମାନେ କିଛ କଲେ ନାହିଁ, ମୁଁ ଆମ ସଶସ୍ତ୍ର ବାହିନୀକୁ ଖୋଲା ଛାଡ଼ି ଦେଲି । ପାକିସ୍ତାନର ଏକାଧିକ ଏୟାର ବେସ୍ ଏବେ ବି ଭାରତର କାର୍ଯ୍ୟାନୁଷ୍ଠାନ ପରେ ଆଇସିୟୁରେ ଥିବା କଥା ମୋଦି ଦୋହରାଇ କହିଛନ୍ତି ଯେ ଆମ ସଶସ୍ତ୍ର ବଳର ପରାକ୍ରମ ଓ ବୀରତ୍ୱ ପାକିସ୍ତାନକୁ ଧଳା ପତାକା ଉଡ଼ାଇବାକୁ ବାଧ୍ୟ କରିଥିଲା । ଆମେ ସେମାନଙ୍କୁ କହି ସାରିଥିଲୁ ଯେ ଆମର ଟାର୍ଗେଟରେ ତୁମର ଆତଙ୍କବାଦୀ ଭିତ୍ତିଭୂମି ରହିଛି । ତୁମକୁ କେବଳ ନୀରବ ରହିବାର ଅଛି । ଏବେ ତୁମ ଭୁଲ କଲ । ଏହାର ପରିଣାମ ତୁମକୁ ଭୋଗିବାକୁ ପଡ଼ିବ । ପାକିସ୍ତାନର ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇ କହିଛନ୍ତି ଯେ ମୁଁ ପାକିସ୍ତାନର ସାଧାରଣ ଲୋକଙ୍କ ପଚାରିବାକୁ ଚାହୁଁଛି ଯେ ତୁମେମାନେ ଆତଙ୍କବାଦରୁ କ\’ଣ ପାଇଛ? ଭାରତ ବର୍ତ୍ତମାନ ବିଶ୍ୱର ୪ର୍ଥ ସର୍ବବୃହତ୍ତ ଅର୍ଥନୀତି । ତୁମେମାନେ କେଉଁଠି? ପାକିସ୍ତାନକୁ ଆତଙ୍କବାଦର ରୋଗରୁ ମୁକ୍ତ କରିବାକୁ ହେଲେ ପାକିସ୍ତାନର ସାଧାରଣ ଲୋକଙ୍କୁ ଆଗକୁ ଆସିବାକୁ ପଡ଼ିବ । ସେମାନଙ୍କ ଯୁବଗୋଷ୍ଠୀ ଆଗକୁ ଆସିବା ଦରକାର । ଗୋଟିଏ ଶାନ୍ତିର ଜୀବନ ବଞ୍ଚନ୍ତୁ । ନିଜର ରୁଟି ଖାଆନ୍ତୁ । ନଚେତ ମୋ ଗୁଳି ପ୍ରସ୍ତୁତ ହୋଇ ରହିଛି ।

Leave A Reply

Your email address will not be published.