ପୁଣି ଫେରୁଛନ୍ତି କପିଲ ଶର୍ମା ଓ ତାଙ୍କ ଟିମ

0 121

ନୂଆଦିଲ୍ଲୀ, : ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଦଳ ସହିତ ପୁଣିଥରେ ପରଦାରେ ଲୋକଙ୍କୁ ହସାଇବା ପାଇଁ ନଜର ଆସିବେ । ଖବର ଅଛି ଯେ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ସିଜିନ୍ ୩ ଏବେ ଖୁବ୍ ଶୀଘ୍ର ଓଟିଟିରେ ଷ୍ଟ୍ରିମ୍
ହେବାକୁ ଯାଉଛି । ଯଦି ନିର୍ମାତାଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ଏଥର ଶୋ’ କେବଳ ବହୁତ ମଜା ଦେବ ନାହିଁ ବରଂ ଦର୍ଶକମାନେ ଏଥିରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ପାଇବେ । ନିର୍ମାତାଙ୍କ ଅନୁଯାୟୀ, ଏଥର କପିଲ ଶର୍ମାଙ୍କ ସହିତ, ଅର୍ଚ୍ଚନା ପୁରନ ସିଂହ, ସୁନୀଲ ଗ୍ରୋଭର, କିକୁ ଶାରଦା ଏବଂ କୃଷ୍ଣ ଅଭିଷେକ ଶୋ’ରେ ମସ୍ତି କରୁଥିବାର ଦେଖାଯିବେୟ ନିକଟରେ, ‘ନେଟଫ୍ଲିକ୍ସ ଇଣ୍ଡିଆ’ ଏକ ମଜାଦାର ଟିଜର ଭିଡିଓ ସେୟାର କରିଛି ଏବଂ
ଏହି ଶୋ’ ସହିତ ଜଡିତ ସମସ୍ତ ସୂଚନା ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଛି । ଦେଢ଼ ମିନିଟର ଟିଜର ଶେଷରେ, କପିଲ ଶର୍ମା କହୁଛନ୍ତି ଯେ ଶୋ’ର ଏହି ନୂତନ ସିଜିନ୍ ଅଧିକ ମଜାଦାର ହେବାକୁ ଯାଉଛି କାରଣ ଶୋ’ର ପ୍ରଶଂସକ ଏବଂ ଦର୍ଶକମାନେ ମଧ୍ୟ ସେଟକୁ ଆସି କଳାକାରମାନଙ୍କୁ ଭେଟି ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ମିଡିଆ ରିପୋର୍ଟ ଅନୁସାରେ, ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ସିଜିନ୍ ୩, ୨୧ ଜୁନ୍ ୨୦୨୫ରୁ ଆରମ୍ଭ
ହେବାକୁ ଯାଉଛି । ଏହି ଶୋ’ଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ । ପ୍ରତି ଶନିବାର ରାତି ୮ଟାରେ ଶୋ’ର ଏକ ନୂତନ ଏପିସୋଡ୍ ପ୍ରସାରିତ ହେବ ।

Leave A Reply

Your email address will not be published.