ଭୁବନେଶ୍ୱର, : ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପରିଚାଳନା ପରିଷଦର ଦୁଇଦିନିଆ ବେଠକ ଭୁବନେଶ୍ୱରଠାରେ ଗତ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହୋଇଯାଇଛିୟ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବେଠକରେ ଦୃ ନିନ୍ଦା କରାଯାଇଛିୟ ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସହ ବାଣିଜ୍ୟ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସିଏଆଇଟି ସର୍ବସମ୍ମତି ନିଷ୍ପତ୍ତି ନେଇଛି । ସିଏଆଇଟିର ସାଧାରଣ ସମ୍ପାଦକ ତଥା ଚାନ୍ଦିନୀ ଚେକ ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ବେଠକରେ ଖୁଚୁରା ବ୍ୟବସାୟୀମାନଙ୍କ ଆୟ ଓ ଦେଶରେ ନିଯୁକ୍ତି ବଢ଼ାଇବା ଉପରେ ଆଲୋଚନା ହୋଇଛି । ମହାସଂଘର ଓଡ଼ିଶା ଶାଖା ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ, ବ୍ୟବସାୟୀମାନେ ଯେଭଳି ସୁବିଧାରେ ସିଏସ୍ସି (ଜନସେବା କେନ୍ଦ୍ର) ଖୋଲି ପାରିବେ ସେ ନେଇ
ସିଏଆଇଟି ସହବନ୍ଧନ କରିଛି । ଏହି କେନ୍ଦ୍ର ଖୋଲିବା ଲାଗି ଆବଶ୍ୟକ ତାଲିମ ଓ ୧୫୦୦ ଟଙ୍କାର ଲାଇସେନ୍ସ ଫି\’ରୁ ବ୍ୟବସାୟୀମାନଙ୍କୁ ରିହାତି ଦେବା ନେଇ ଯୋଜନା ହୋଇଛି । ସେହିଭଳି ଜନ ଔଷଧି କେନ୍ଦ୍ରରେ ସୁଲଭ ମୂଲ୍ୟରେ ମିଳୁଥିବା ଔଷଧକୁ ଯେଭଳି ଅନ୍ୟ ଖୁଚୁରା ବ୍ୟବସାୟୀମାନେ ବିକ୍ରି କରିପାରିବେ ତାହା ଉପରେ ଆଲୋଚନା ହୋଇଛି । ଏଥିସହିତ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ସାମଗ୍ରୀର ଦେଶର ସବୁସ୍ଥାନରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ
ରାଜ୍ୟ ମଧ୍ୟରେ ଏସବୁ ସାମଗ୍ରୀର ବିନିମୟ କରିବା ଲାଗି ଯୋଜନା ହୋଇଛି । ସରକାର ଖୁଚୁରା ଶିଳ୍ପରେ ଏଫ୍ଡିଆଇକୁ ଅନୁମତି ଦେବା ପରେ ଭାରତରେ ଖୁଚୁରା ବ୍ୟବସାୟୀମାନେ ଅସୁବିଧାରେ ପଡ଼ିଛନ୍ତି । ଇ-କମର୍ସ ଏବଂ କ୍ୱିକ୍ କମର୍ସ କମ୍ପାନିଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଛି ସାଧାରଣ ଖୁଚୁରା ବ୍ୟବସାୟୀଙ୍କୁ ସେହି ସୁବିଧା ମିଳିଲେ ସେମାନେ ପ୍ରତିଯୋଗିତା କରିବା କ୍ଷମତା ହାସଲ କରିବେ । ଦେଶରେ ଖୁଚୁରା ବ୍ୟବସାୟୀଙ୍କ ଯାଞ୍ଚ ଏବଂ ନିରୀକ୍ଷଣ ପାଇଁ ୩୧ଟି ନିୟମ ରହିଛି । ତେଣୁ ଇ-କର୍ମସ କମ୍ପାନିଗୁଡ଼ିକୁ ସେସବୁ ଆଇନ ପରିସରଭୁକ୍ତ କରିବାକୁ ସିଏଆଇଟି ଦାବି କରିଛି । ଦେଶର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ବର୍ଷକୁ ୨ ଥର ସିଏଆଇଟି ପରିଚାଳନା ପରିଷଦର ବେଠକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଚଳିତବର୍ଷର ଦ୍ୱିତୀୟ ବେଠକ ମଧ୍ୟପ୍ରଦେଶର ଇନ୍ଦୋରରେ ହେବାର ସମ୍ଭାବନା ରହିଛି । ଦୁଇ ଦିନିଆ ବେଠକରେ କେନ୍ଦ୍ରାପଡ଼ା ସାଂସଦ ବେଜୟନ୍ତ ପଣ୍ଡା, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ଯୋଗ ଦେଇଥିଲେ । ୨୬ଟି ରାଜ୍ୟରୁ ୨୦୦ରୁ ଅଧିକ ପ୍ରତିନିଧି ବେଠକରେ ଯୋଗ ଦେଇଥିଲେ ।
ବ୍ୟବସାୟୀ ମହାସଂଘର ନିଷ୍ପତ୍ତି: ପାକିସ୍ତାନ ସହ ବାଣିଜ୍ୟ ବର୍ଜନ
Prev Post