ଭାରତୀୟ ସେନାକୁ ସଲାମ୍ କଲା ବଲିଉଡ

0 94

ମୁମ୍ବାଇ,: ଭାରତର \”ଅପରେସନ୍ ସିନ୍ଦୂର\’ ପରେ ଭାରତରେ ଖୁସିର ଲହରି ଖେଳିଯାଇଛି । ଫିଲ୍ମ ଷ୍ଟାର୍‌ ଭାରତୀୟ ସେନା ଓ ଭାରତ ସରକାରଙ୍କୁ ସାବାସୀ ଦେଉଛନ୍ତି ଏବଂ ସେମାନଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଅଜୟ ଦେବଗନ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ୍ କରି ଲେଖିଛନ୍ତି \”ମାନନୀୟ ପ୍ରଧାନମନ୍ତ୍ରୀ ଓ ଆମ ଭାରତୀୟ ସେନାକୁ ସଲାମ୍ । ଭାରତ ଗର୍ବର ସହ ଓ ମଜଭୁତ ଭାବେ ଠିଆ ହୋଇଛି । ଜୟ ହିନ୍ଦ!\’ କଙ୍ଗନା ରଣାୱତ ଲେଖିଛନ୍ତି “ଅପରେସନ୍ ସିନ୍ଦୂର, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା । ଭାରତୀୟ ସଶସ୍ତ୍ର ବଳ ଏକ ସଠିକ୍ ମିଶନ- ଅପରେସନ୍‌ ସିନ୍ଦୂର ଆରମ୍ଭ କଲା । ପାକିସ୍ତାନର ୯ ଆତଙ୍କୀ ଶିବିରକୁ ଧ୍ୱସ୍ତ କରିଦେଲା । ନୂଆ ଭାରତ ।\’ ସେହିପରି, ଆୟୁଷ୍ମାନ ଖୁରାନା ତିରଙ୍ଗା ଇମୋଜି ସହ ପୋଷ୍ଟରେ ଲେଖିଛନ୍ତି \”ଆତଙ୍କବାଦ ପାଇଁ ଏ ବିଶ୍ୱରେ କୌଣସି ସ୍ଥାନ ନାହିଁ ।\’ ଅକ୍ଷୟ କୁମାର ଏକ୍ସ ପ୍ଲାଟଫର୍ମରେ ଲେଖିଛନ୍ତି \”ଜୟ ହିନ୍ଦ, ଜୟ ମହାକାଲ ।\’ ବିବେକ ଓବରଏ ଲେଖିଛନ୍ତି \”ଅପରେସନ୍ ସିନ୍ଦୂର ଭାରତର ବିଧବାଙ୍କ ଲୁହର ପ୍ରତିଶୋଧ । ଆତଙ୍କବାଦୀଙ୍କୁ ଏହା ଏକ କଠୋର ଚେତାବନୀ ଯେ ସେମାନଙ୍କ କୁକର୍ମକୁ ଆଉ ସହ୍ୟ କରାଯିବ ନାହିଁ ।\’ ସୁନୀଲ ଶେଟ୍ଟୀ ସୋସିଆଲ ମିଡିଆରେ ଲେଖିଛନ୍ତି \”ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ । ଶୂନ୍ୟ ସହନଶୀଳତା । ପୂରା ନ୍ୟାୟ । \”ଅପରେସନ୍ ସିନ୍ଦୂର\’ । ଭିକ୍କି କୌଶଲ ଇନ୍‌ଷ୍ଟା ଷ୍ଟୋରୀରେ ତିରଙ୍ଗା ପୋଷ୍ଟ୍ କରି ଲେଖିଛନ୍ତି \”ଜୟ ହିନ୍ଦ, ଜୟ ସେନା । ହାଶଟ୍ୟାଗ୍ \”ଅପରେସନ୍ ସିନ୍ଦୂର\’ । ରାଜକୁମାର ରାଓ \”ଅପରେସନ୍ ସିନ୍ଦୂର\’କୁ ନେଇ ଗର୍ବିତ । ଭାରତୀୟ ସଶସ୍ତ୍ର ବଳକୁ ନେଇ ଅତ୍ୟନ୍ତ ଗର୍ବିତ ବୋଲି ସେ ଲେଖିଛନ୍ତି ।

Leave A Reply

Your email address will not be published.