ଭାରତ-ପାକ୍ ଯୁଦ୍ଧ ଉତ୍ତେଜନା, ପ୍ରଭାବିତ ହେବନି ଦୀର୍ଘ ମିଆଦୀ ନିବେଶ

0 125

ନୂଆଦିଲ୍ଲୀ,: ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିଛି । ଦେଶକୁ ନିବେଶର ଏକ ଗନ୍ତବ୍ୟ ସ୍ଥଳ କରିବାକୁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପହଲଗାମ୍ ଆତଙ୍କି ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ନୂଆଦିଲ୍ଲୀ ପାଇଁ ସ୍ୱଳ୍ପମିଆଦୀ ଭିତ୍ତିରେ ପ୍ରଭାବ ପକାଇପାରେ । ମାତ୍ର ଦୀର୍ଘମିଆଦୀ ଭିତ୍ତିରେ ଏହାର ପ୍ରଭାବ ଘରୋଇ ବଜାର ଉପରେ ରହିବନି ବୋଲି ବିଶେଷଜ୍ଞ କହିଛନ୍ତି । ୪ ଟ୍ରିଲିୟନ ଡଲାରର ଭାରତୀୟ ଅର୍ଥନୀତି ପାକିସ୍ତାନ ସହ ସେଭଳି କୌଣସି ଦ୍ୱିପାକ୍ଷିକ କାରବାର କରୁନାହିଁ । ଭାରତ ପାକିସ୍ତାନ ଉପରେ କରିଥିବା ମିଶାଇଲ ଆକ୍ରମଣ ଘରୋଇ ପୁଞ୍ଜି ବଜାର, ମୁଦ୍ରା ଏବଂ ବଣ୍ଡ୍ ବଜାର ଉପରେ ସେତେଟା ପ୍ରଭାବ ପକାଇନି । ନିବେଶ ଫାର୍ମ ନୁଭାମା ଗ୍ରୁପର ଫିକ୍ସଡ ଇନକମ ବିଭାଗ ମୁଖ୍ୟ ଅଜୟ ମାରୱା କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ
ଯୁଦ୍ଧ ହୁଏ ତେବେ ଏହା ନିବେଶ ପ୍ରଭାବିତ ହେବନି । ପୂର୍ବରୁ ମଧ୍ୟ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବିଗିଡିଛି । ଏଭଳି ସ୍ଥିତି ଭାରତକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇନି ବୋଲି ସିଟି ବ୍ୟାଙ୍କ ବିଶେଷଜ୍ଞ କହିଛନ୍ତି ।୨୦୧୯ ଫେବ୍ରୁଆରିରେ ପୁଲୱାମା ଆତଙ୍କି ଆକ୍ରମଣ ବେଳେ ଉଭୟ ଟଙ୍କା ଏବଂ ବଣ୍ଡ୍ ବଜାର ଦୃତା ଦେଖାଇଥିଲା । ସେହିମାସରେ ଏହା ୧୫ ବେସିସ ପଏଣ୍ଟ ବଢିଥିଲା । ୨୦୨୦ରେ ଗଲୱାନ ଉପତ୍ୟକାରେ ଭାରତ ଏବଂ ଚୀନ ସେନା ମୁହାଁମୁହିଁ ହେବା ପରେ ମଧ୍ୟ ଟଙ୍କା ୧% ଦୁର୍ବଳ ହୋଇଥିଲେ ବି ପରେ ଏହା ଦୃ ହୋଇଥିଲା ବୋଲି ସିଟି ବ୍ୟାଙ୍କ ବିଶେଷଜ୍ଞ କହିଛନ୍ତି । ଭାରତର ପ୍ରମୁଖ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ଆମେରିକା ଟାରିଫ ଲଦିବା ପରେ ମଧ୍ୟ ଭାରତୀୟ ବଜାର କିଛି ସମୟ ପ୍ରଭାବିତ ରହିବା ପରେ ଦୃଢ ଭାବେ ପୂର୍ବ ସ୍ଥିତିକୁ ଫେରିଛି । ଘରୋଇ ବଜାରର ସ୍ଥିତି ଦୃଢ ଥିବାରୁ ଟ୍ରମ୍ପଙ୍କ ଟାରିଫ ୱାର ସତ୍ତ୍ୱେ ବଜାର ଉପରେ ନିବେଶକଙ୍କ ଭରଷା ରହିଛି ବୋଲି ହଣ୍ଡରସନ ଇନଭେଷ୍ଟମେଣ୍ଟର ପୋର୍ଟଫୋଲିଓ ମ୍ୟାନେଜର ତ୍ସ ଧୁରା କହିଛନ୍ତି । ବର୍ତ୍ତମାନ ସ୍ଥିତି ଯୋଗୁ ବିଦେଶୀ ନିବେଶକ ମାନେ ହୁଏତ ବଜାରରୁ ଦୂରେଇ ରହି ପାରନ୍ତି ମାତ୍ର ଘରୋଇ ନିବେଶ ମାନେ ବଜାରରେ ନିଜର କାରବାର ଜାରି ରଖିବେ । ୬.୫% ଅଭିବୃଦ୍ଧି ସହ ଦେଶ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାର ରଖିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି । ଏପ୍ରିଲ ପରଠୁ ଭାରତୀୟ ଷ୍ଟକ ବଜାର ବିଶ୍ୱର ସବୁଠାରୁ ଉତ୍ତତ ପ୍ରଦର୍ଶନ କରୁଥିବା ବଜାର ଭାବେ ଉଭା ହୋଇଛି । ଆମେରିକା ଟାରିଫ ଘୋଷଣା କରିବା ପରେ ନିଫ୍ଟି ୫୦ରେ ୪.୬% ବଢିଛି । ବିଦେଶୀ ନିବେଶକ ମାନେ ଏପ୍ରିଲ ପରଠୁ ନିବେଶ ବାଇଛନ୍ତି । ବିଦେଶୀ ନିବେଶକ ମାନେ ଭାରତରେ ନିବେଶ ଜାରି ରଖିବେ ବୋଲି ୟୁଏଇ ଭିତ୍ତିକ ଆସେଟ ମ୍ୟାନେଜର ନ୍ୟାଭ୍‌ କ୍ୟାପିଟାଲ କହିଛି । ବର୍ତ୍ତମାନ ସ୍ଥିତି ବଜାରକୁ ଦୀର୍ଘମିଆଦି ଭିତ୍ତିରେ ପ୍ରଭାବିତ କରିବନି । ଦେଶ ବ୍ରିଟେନ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ କରିଛି । ଆର୍ବିଆଇ ପଦକ୍ଷେପ ଦେଶର ଅଭିବୃଦ୍ଧିକୁ ଅତୁଟ ରଖିବ ବୋଲି ବୋଲି ଡିବିଏସ୍ ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ରାଧିକା ରାଓ କହିଛନ୍ତି । ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ପ୍ରଭାବ ଦେଶ ଉପରେ ରହିବନି । ଦେଶର ଉତ୍ତର ଏବଂ ପଶ୍ଚିମ ଭାଗ ପାକିସ୍ତାନ ସହ ସୀମା ରହିଛି । ମାତ୍ର ନିବେଶ କରୁଥିବା କମ୍ପାନି ଦକ୍ଷିଣ ଏବଂ ମଧ୍ୟ ଭାରତ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ବୋଲି ପୂର୍ବତନ ପ୍ରଶାସକ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ।

Leave A Reply

Your email address will not be published.