ମାର୍ଚ୍ଚ ୨୦ ସୁଦ୍ଧା ବିଜେପିକୁ ମିଳିବେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

0 130

ନୂଆଦିଲ୍ଲୀ, : ଭାରତୀୟ ଜନତା ପାର୍ଟି (ବିଜେପି)ର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏସବୁ ମଧ୍ୟରେ ବିଜେପିକୁ କେବେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିବେ ସେନେଇ ସୂଚନା ମିଳିଛି । ସୂତ୍ର ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି) ମାର୍ଚ୍ଚ ୨୦ ସୁଦ୍ଧା ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇବାର ସମ୍ଭାବନା ରହିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ରାଜ୍ୟ ୟୁନିଟଗୁଡ଼ିକରେ ଦଳୀୟ ନିର୍ବାଚନ ପରେ ରାଷ୍ଟ୍ରୀୟ ସଭାପତି ପାଇଁ ନିର୍ବାଚନ ହେବାକୁଯାଉଛି । ରାଷ୍ଟ୍ରୀୟ ସଭାପତି ପାଇଁ ନିର୍ବାଚନ ଗତ ଜାନୁଆରୀରେ ହେବାରଥିଲା । କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ବିଳମ୍ବ ହୋଇଛି । ବିଜେପି ସମ୍ବିଧାନ ଅନୁଯାୟୀ, ଅଧା ରାଜ୍ୟରେ ନିର୍ବାଚନ ପୂର୍ବରୁ ଦଳର ଜାତୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ କରାଯାଇପାରିବ ନାହିଁ । ଏବେ ଜଗତ ପ୍ରକାଶ ନଡ୍ଡା . ିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ସୂଚନାଯୋଗ୍ୟ, ବିଜେପି ଏପର୍ଯ୍ୟନ୍ତ ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୨ରେ ନିର୍ବାଚନ ଶେଷ କରିଛି । ବିଜେପି ଆଗାମୀ ସପ୍ତାହରେ ଆଉ ୬ ରାଜ୍ୟରେ ନିର୍ବାଚନ କରିବାର ସମ୍ଭାବନା ରହିଛି । ଜେପି ନଡ୍ଡାଙ୍କୁ ପ୍ରଥମେ ୧୭ ଜୁନ୍ ୨୦୧୯ରେ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ସେ ୨୦ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ୨୦ ଜାନୁଆରୀ ୨୦୨୦ରେ ସେ ଦଳର ୧୧ତମ ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.