ମେଟ୍ ଗାଲାରେ ଡେବ୍ୟୁ କରି ମାତୃତ୍ୱ ମନାଇଲେ କିଆରା

0 72

ମୁମ୍ବାଇ,: ମେଟ୍ ଗାଲାରେ ଡେବ୍ୟୁ କରିଛନ୍ତି ଗର୍ଭବତୀ ଥିବା ଅଭିନେତ୍ରୀ କିଆରା ଆଡଭାନୀ । ସେ ତାଙ୍କ ସ୍ୱାମୀ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ବେଳେ ଡିଜାଇନର ଗୌରବ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ଗାଉନ ପିନ୍ଧି ମେଟ୍ ଗାଲାରେ ନଜର ଆସିଛନ୍ତି । ପୋଷାକରେ ସେ ତାଙ୍କର ମାତୃତ୍ୱ ମନାଉଥିବାର ସ୍ପଷ୍ଟ ଦେଖିବାକୁ ମିଳିଛି । ନ୍ୟୁୟର୍କର ପ୍ରତିଷ୍ଠିତ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ ହେଉଥିବା ମେଟ୍ ଗାଲା ୨୦୨୫ରେ ପହଞ୍ଚିବା ସମୟରେ ମା\’ ହେବାକୁଥିବା କିଆରା ଏକ ମୋନୋକ୍ରୋମ୍ ଗାଉନରେ ବେଶ୍ ଆକର୍ଷଣୀୟ ଦିଶୁଥିଲେ । କିଆରା \”ବ୍ରେଭ୍ ହାର୍ଟସ\’ ଥିମରେ ସଜ ହୋଇ ଏକ ଉଦାହରଣ ପାଲଟିଛନ୍ତି । ତାଙ୍କର ଲୁକ୍ ଫ୍ୟାଶନ ଅପେକ୍ଷା ନାରୀତ୍ୱକୁ ଅଧିକ ପ୍ରତିପାଦନ କରୁଥିଲା । ଗାଉନରେ ଘୁଙ୍ଗୁରୁ ଏବଂ କ୍ରିଷ୍ଟାଲ୍ ଲାଗିବା ବେଳେ କଳା ରଂଗର କପଡ଼ାର ବକ୍ଷ ଅଞ୍ଚଳରେ ସୁନା ପ୍ଲେଟ୍ ଲାଗିଥିବା ଦେଖିବାକୁ ମିଳିଥିଲା । ଦୁଇଟି ପ୍ରତୀକାତ୍ମକ ମାଆ ଓ ଛୁଆ ହୃଦୟ (ହାର୍ଟ) ବି ଦେଖିବାକୁ ମିଳିଥିଲା କିଆରାଙ୍କ ପୋଷାକରେ । କିଆରା ଲାଲ କାର୍ପେଟରେ ଶକ୍ତି ଏବଂ ମାତୃତ୍ୱର ଏକ ସ୍ପଷ୍ଟ ଚିତ୍ର ଆଙ୍କିବାରେ ସଫଳ ହୋଇଥିଲେ । ତାଙ୍କର ପୋଷାକ ଚୟନ ଚିନ୍ତାଶୀଳ ଥିଲା ଏବଂ ତାଙ୍କର ମେକଅପ୍ ଓ ଷ୍ଟାଇଲିଂ ଆହୁରି ଉଚ୍ଚ କୋଟ୍ଟୀର ଥିଲା । ନ୍ୟୁଡ୍ ଲିପ୍‌ଷ୍ଟିକ୍ ଓ ହାଲୁକା ଆଇ-ସ୍ୟାଡୋ ଲଗାଇ ସେ ନିଜର ଲୁକକୁ ପୂରା କରିଥିଲେ ।

Leave A Reply

Your email address will not be published.