ନୂଆଦିଲ୍ଲୀ,: ଚାଇନା ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ଭାରତ ସହ ଦ୍ୱିପାକ୍ଷିକ ସମ୍ୱଦ୍ଧକୁ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି । ସେ ଉଦାହରଣ ଦେଇ କହିଛନ୍ତି ଯେ ଆଗକୁ ଡ୍ରାଗନ-ହାତୀ ସାଥି ହୋଇ ନାଚିବାକୁ ଯାଉଛନ୍ତି । ବିଗତ ଚାରି ବର୍ଷରୁ ଅଧିକ ସମୟ ପରେ ସି ଜିଙ୍ଗ ପିଙ୍ଗ ଉଭୟ ଦେଶର ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି । ୨୦୨୦ ମସିହାରେ ପୂର୍ବ ଲଦାଖରେ ଦୁଇ ଦେଶ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଉଭୟ ଦେଶର ସମ୍ପର୍କରେ ତିକ୍ତତା ଆସିଥିଲା । ସୂଚନା ମୁତାବକ, ଦୁଇଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଅଭିନନ୍ଦନ ବାର୍ତ୍ତା ଜାରି କରିଥିଲେ । ଏହାର ଉତ୍ତରରେ ସି ଜିଙ୍ଗ ପିଙ୍ଗ ଭାରତ ଓ ଚାଇନାର ଦ୍ୱିପାକ୍ଷିକ ସମ୍ପର୍କ ବିକାଶ ଦ୍ୱାରା ପାରସ୍ପରିକ ସଫଳତାର ଅଂଶୀଦାର ହେବା ଦୁଇ ଦେଶ ପାଇଁ ସଠିକ ପସନ୍ଦ ବୋଲି କହିଥିଲେ । ଏନେଇ ଚାଇନାର ସରକାରୀ ଗଣମାଧ୍ୟମ ସିହ୍ୱାନ ଖବର ସରବରାହ ସଂସ୍ଥା ଏକ ରିପୋର୍ଟ ପ୍ରକାଶ କରିଛି । ସି ଜିଙ୍ଗ ପିଙ୍ଗ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ମଧ୍ୟ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପରିପ୍ରକ୍ଷିରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ ବେଜିଂରେ ଏକ ସାମ୍ୱାଦିକ ସମ୍ମିଳନିରେ ଯୋଗ ଦେଇଥିଲେ । ଆଜି ଭାରତ ଓ ଚାଇନାର ଦ୍ୱିପାକ୍ଷିକ ସମ୍ପର୍କକୁ ୭୫ ବର୍ଷ ପୁରିଛି ବୋଲି ଗୁଓ କହିଥିଲେ । ଗତ ଫେବ୍ରୁଆରୀରେ ଚୀନ ଘୋଷଣା କରିଥିଲା ଯେ ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ସମାଧାନ ପାଇଁ ଭାରତ ସହ ମିଳିତ ଭାବେ କାର୍ଯ୍ୟ କରିବ । ୨୦୨୦ରେ ଗାଲୱାନ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ, ଗତ ଅକ୍ଟୋବରରେ ଭାରତ ଓ ଚୀନ ଡେମଚୋକ ଏବଂ ଡେପସାଙ୍ଗରେ ସୈନ୍ୟ ପ୍ରତ୍ୟାହାର ଉପରେ ଏକମତ ହୋଇଥିଲେ । ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ଗତ ଅକ୍ଟୋବରରେ ରୁଷର କଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ମିଳିତ ହୋଇ ବିଭିନ୍ନ ଆଲୋଚନା କରିଥିଲେ । ଏହା ବିଗତ ପାଞ୍ଚ ବର୍ଷ ମଧ୍ୟରେ ଉଭୟ ନେତାଙ୍କ ପ୍ରଥମ ବୈଠକ । ଡିସେମ୍ବରରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ ବେଜିଂରେ ୨୩ତମ ସ୍ୱତନ୍ତ୍ର ପ୍ରତିନିଧି
ସଂଳାପରେ ମଧ୍ୟ କଥା ହୋଇଥିଲେ । ଫେବ୍ରୁଆରୀ ୨୧ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହୋଇଥିବା ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ୱାଙ୍ଗ ଇ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବୈଶ୍ୱିକ ସମସ୍ୟା ଓ ମିଳିତ ସହଯୋଗ ଉପରେ ଦୁଇ ଦେଶ ଗୁରୁତ୍ୱ ଦେଇଥିଲେ । ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଡି-ଏସ୍କାଲେସନ ଯୋଜନା ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଆଗେଇ ଚାଲିଛ