କୁମାର ସଙ୍ଗକାରାଙ୍କୁ ଡେଟ୍ କରୁଛନ୍ତି ମଲାଇକା

0 127

ମୁମ୍ବାଇ,: ବଲିଉଡର ଫିଟନେସ୍ କ୍ୱିନ୍ ମଲାଇକା ଆରୋରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ଫିଟନେସକୁ ନେଇ ତ ଆଉ କେତେବେଳେ ଆଫେୟାର୍ସକୁ ନେଇ । ନିକଟରେ ଅଭିନେତ୍ରୀଙ୍କର କିଛି ସମୟ ପୂର୍ବରୁ ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ହୋଇଥିଲା । ଏହାପରେ ତାଙ୍କ ନାଁ ପ୍ରତିଦିନ କାହା ନା କାହା ସହିତ ଯୋଡା ହେଉଛି । ଏଥି ମଧ୍ୟରେ ମଲାଇକା ଶ୍ରୀଲଙ୍କାର ଦିଗଜ କ୍ରିକେଟର କୁମାର ସଙ୍ଗକାରାଙ୍କୁ  ଡେଟ୍ କରୁଥିବା ଗୁଜବ ହେଉଛି । ବାସ୍ତବରେ, ମଲାଇକା ରବିବାର ଦିନ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ଗୌହାଟିର ବାରସପରା କ୍ରିକେଟ୍ ଷ୍ଟାଡିୟମରେ ପହଞ୍ଚିଥିଲେ । ତାଙ୍କୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ କୁମାର ସଙ୍ଗକାରାଙ୍କ ସହ ଦେଖିବାକୁ ମିଳିଥିଲା । ଏହି
ସମୟରେ ଅଭିନେତ୍ରୀ ରାଜସ୍ଥାନ ରୟାଲ୍ସର ଜର୍ସି ପିନ୍ଧିଥିବାର ନଜର ଆସିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ ଫଟୋରେ କୁମାର ସଙ୍ଗକାରାଙ୍କୁ ଆରଆର ଡଗଆଉଟ୍ ଏରିଆରେ ମଲାଇକାଙ୍କ ପାଖରେ ବସିଥିବାର ଦେଖିବାକୁ ମିଳୁଛି । ଯାହା ଉଭୟଙ୍କ ମଧ୍ୟରେ ଡେଟିଂ ଗୁଜବ ସୃଷ୍ଟି କରିଛି । ମଲାଇକା ଏବଂ ସଙ୍ଗକାରାଙ୍କ ଫଟୋ ଭାଇରାଲ ହେବା ପରେ ନେଟେନିଜେନମାନେ ମଧ୍ୟ କମେଣ୍ଟ ଦେବାରେ ପଛାଇ ନାହିଁନ୍ତି । ଅନେକ ସୋସିଆଲ୍ ମିଡିଆ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି ଯେ ମଲାଇକା ଆରୋରା ସଙ୍ଗକାରାଙ୍କୁ ଡେଟ୍ କରୁଛନ୍ତି ।

Leave A Reply

Your email address will not be published.