‘ମୁକେଶ ସାରଙ୍କ କଥା କାଟି ନପାରି ତିନି ଖାନ ମଞ୍ଚରେ ହୋଇଥିଲୁ ଏକାଠି’

0 110

ନୂଆଦିଲ୍ଲୀ, : ବଲିଉଡ ସୁପରଷ୍ଟାର ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନଙ୍କୁ ମଞ୍ଚ ଉପରେ ଏକାଠି ଦେଖିବାକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି । କିନ୍ତୁ ଏହି ତିନିଜଣ ଖାନଙ୍କୁ ମଞ୍ଚ ଉପରେ ଖୁବ କମ ଏକାଠି ହେବାର ଦେଖିବାକୁ ମିଳିଥାଏ । ନିକଟରେ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ତିନିଜଣ ଖାନଙ୍କୁ ମଞ୍ଚ ଉପରେ ଏକାଠି ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ତିନିଖାନ ନାଟୁ ନାଟୁ ଗୀତରେ ଖୁବ ଧମାଲ ମଜାଇଥିଲେ । ଅମିର ଖାନ ସଲମାନ ଏବଂ ଶାହରୁଖ ଖାନଙ୍କ ସହ ତାଙ୍କର ସମ୍ପର୍କ କିପରି ସେ ବିଷୟରେ ଆଲୋଚନା କରି
କହିଛନ୍ତି, ‘ଆମ ମଧ୍ୟରେ ବନ୍ଧୁତା ସହିତ ଅନେକ ମତଭେଦ ମଧ୍ୟ ରହିଥିଲା । ଯାହା ସମସ୍ତେ ଜାଣିଛନ୍ତି । ସିନେମା ଶିଳ୍ପରେ କାମ କରିବାରେ ଆମର ଦୀର୍ଘ ୩୫ ବର୍ଷ ବିତିଗଲାଣି । ଏହି ଶିଳ୍ପରେ କାମ କରିବା ପାଇଁ ସଲମାନ, ଶାହରୁଖ ଓ ମୁଁ ଏକା ସମୟରେ ପ୍ରବେଶ କରିଥିଲୁ । ସମୟ ଥିଲା ଆମ ତିନିଜଣଙ୍କ ମଧ୍ୟରେ ଅନେକ ତିକ୍ତତା ଥିଲା । ଯାହା ଏବେ
ଆଉ ନାହିଁ । ସମୟ ବଦଳି ଯାଇଛି । ସମସ୍ତେ ନିଜନିଜ କାମକୁ ନେଇ ବ୍ୟସ୍ତ ହୋଇଯାଇଛନ୍ତି । ଆମ ଭିତରେ ଏବେ ବନ୍ଧୁତାର ସମ୍ପର୍କ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଏକଥା ମୁଁ ନିକଟରେ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ଅନୁଭବ କରିଥିଲି । ମୁକେଶ ସାର ମୋତେ ଫୋନ କରି କହିଥିଲେ,”ଶାହରୁଖ ଓ ସଲମାନଙ୍କ ସହ ମଞ୍ଚରେ ତୁମେ ବି ଯଦି ଏକାଠି ନୃତ୍ୟ କରିବ ଏହା ମୋତେ ଖୁବ ଆନନ୍ଦ ଦେବ ।’ ମୁକେଶ ସାରଙ୍କ ଖୁସି ପାଇଁ ମୁଁ ନା
କହି ପାରି ନଥିଲି । ଏହାପରେ ସଲମାନ ଓ ଶାହରୁଖଙ୍କ ସହ ମିଶି ଆମେ ପ୍ରାୟ ଅଧାଘଣ୍ଟା ନୃତ୍ୟ ବିଷୟରେ ଆଲୋଚନା କରିଥିଲୁ । ଏହାପରେ ଆମେ ମଞ୍ଚ ଉପରେ ଚଢିଥିଲୁ । ଆଉ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରିଥିଲୁ । ଏହାପରେ ଆମେ ତିନିଜଣ ଏକାଠି ସିନେମା କରିବା ପାଇଁ ବି ଆଲୋଚନା କରିଥିଲୁ ।’

Leave A Reply

Your email address will not be published.