ଆଖି ଆଗରେ ଜଳିଲା ଘର

0 73

ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟ ସର୍କିଟ ରେ ଘରେ ଲାଗିଲା ନିଆଁ । ବହୁ ଅସବାଵପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପୂର୍ଣ୍ଣ ନିଆଁ ପୋଡି ଭସ୍ମୀଭୂତ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗ୍ରାମର ହରି ବେହେରା ଙ୍କ ଘରେ ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାକାର୍ଯ୍ୟ ଜାରି । ସୂଚନାମୁତାବକ ଆଜି ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗ୍ରାମର ହରି ବେହେରା ଓ ତାଙ୍କ ପରିବାର ଲୋକେ ଘରେ ଥିବା ଅବସ୍ଥାରେ ହଠାତ ଘରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ ନିଆଁ ପୁରା ଘରେ କୁ ନିଜ ଆୟତ୍ତ କୁ ନେଇ ଯାଇଥିଲା । ଏହା ଦେଖି ଗ୍ରାମବାସୀ ହରି ଓ ତାଙ୍କ ପରିବାର କୁ ନିଆଁ ର ଆଁ ରୁ ଉଦ୍ଧାର କରି ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛି । ଅନ୍ୟପଟେ ହରି ଓ ତାଙ୍କ ପରିବାର ଅଳ୍ପକେ ନିଆଁ ମୁହଁ ରୁ ବର୍ତ୍ତି ଯାଇଥିବା ବେଳେ ଘରେ ଥିବା ସମସ୍ତ ଆସବାବପତ୍ର ଓ ବର୍ଷକ ଯାକର ଅମଳ ଧାନ ସହ ଲକ୍ଷାଧିକ ଟଙ୍କା ର ସମ୍ପତି ନିଆଁ ରେ ପଡି ନଷ୍ଟ ହୋଇଯାଇଛି । ଏବେ ପୁରା ପରିବାର ଅସହାୟ ହୋଇପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.