କୁନି ରଥ ରେ ଦର୍ଶନ ଦେଲେ ତିନି ଠାକୁର, ରଥାରୂଢ ଠାକୁର ଙ୍କ ରଥ ଟାଣିଲେ କୁନି ଶ୍ରଦ୍ଧାଳୁ

0 109
ଧର୍ମଗଡ଼, :  ଆଜି ଜଗତ ର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା,ରଥଯାତ୍ରା ପାଇଁ ଆଜି ଚଳ ଚଞ୍ଚଳ ଶ୍ରୀ ଜଗନ୍ନାଥ କ୍ଷେତ୍ର, ଓଡିଶା ର ସହର ଠୁ ପୁରପଲ୍ଲୀରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା କୁ ଶ୍ରଦ୍ଧାଳୁ ମାନେ ବର୍ଷ ସାରା ଚାତକ ପରି ରଥାରୂଢ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠା ର ସହ ଅପେକ୍ଷା କରି ରହିଥାନ୍ତି। ଆଜି ମାଉସୀ ଙ୍କ ମନ୍ଦିର କୁ ତିନି ଠାକୁର ରଥାରୂଢ ହୋଇ ଯିବେ।ଏଥିପାଇଁ ଜଗନ୍ନାଥମୟ ହୋଇ ପଡିଛି ଗାଁ ଠାରୁ ସହର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ନିଆଁରା ଘୋଷଯାତ୍ରା ପାଳନ ହୋଇ ଆସୁଛି। ଏଠାରେ କୁନି ରଥ ନିର୍ମାଣ କରି ତିନି ଠାକୁର ଙ୍କ ବିଗ୍ରହ କୁ ରଥାରୂଢ ପରେ ଛୋଟ ଛୋଟ ପିଲାମାନେ ରଥ ଟାଣିବା ଦେଖିବାକୁ ମିଳିଥାଏ। ଲଡୁଗାଁ ର ଜଗନ୍ନାଥ ଙ୍କ ସେବକ ଅଶୋକ ଅଗ୍ରୱାଲ ଙ୍କ ବାସଭବନ ରୁ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ବିଗ୍ରହ କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପହଣ୍ଡି ବିଜେ କରିବା ପରେ ଜଗନ୍ନାଥ ଙ୍କ କୁନି ସେବକ ଛେରା ପହଁରା କରିବା ପରେ ତିନି ଠାକୁର ଙ୍କୁ ରଥ ରେ ବିଜେ କରାଯିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ ଧ୍ଵନି ରେ ଜୟ ଜଗନ୍ନାଥ କହି ଛୋଟ ଛୋଟ ପିଲାମାନେ ଭକ୍ତିମୟ ପତିବେଶ ମଧ୍ୟରେ ରଥ ଟାଣିଥିଲେ। କୁନି ସେବକ ଙ୍କ ମାତାପିତା ଶ୍ରୀ ରାଜୀବ ଅଗ୍ରୱାଲ, ଶ୍ରୀମତୀ ରିତା ଅଗ୍ରୱାଲ ସମେତ ନିଳେଶ ଅଗ୍ରୱାଲ, ନାନକ ଅଗ୍ରୱାଲ, ଅରୁଣ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ, ଶ୍ରଦ୍ଧାଳୁ ମହିଳା ସମେତ ଗ୍ରାମବାସୀ ମାନେ ଏହି କୁନି ଘୋଷଯାତ୍ରା ରେ ସାମିଲ ରହିଥିଲେ।

 

 

Leave A Reply

Your email address will not be published.