ଖୁଣ୍ଟିଆ ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ,ଯୋଗଦେଲେ ବିଧାୟକ

0 52
ଧର୍ମଗଡ଼ : ବିଜେପି ସରକାର ଙ୍କ ଶାସନ କୁ ୧ ବର୍ଷ  ପୂରଣ ହୋଇଥିବା ବେଳେ ଏହି ବର୍ଷେ ମଧ୍ୟରେ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ  ପ୍ରତି ପଞ୍ଚାୟତ ସ୍ତରରେ ପ୍ରଶାସନ ପକ୍ଷରୁ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ରଥ ର ଶୁଭାରମ୍ଭ ହୋଇଛି। କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ରେ ଏହି ରଥ ପହଞ୍ଚିଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମାଧବୀ  ଧରୁଆ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବେ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ବିଜେପି ନେତା ତ୍ରିନାଥ ଶବର, ହିମାଂଶୁ ପଣ୍ଡା,ହରେକୃଷ୍ଣ ପଣ୍ଡା,ସ୍ଥାନୀୟ ନେତ୍ରୀ ପଙ୍କଜିନି ମେହେର ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ଆବାସ ଘର କାର୍ଯ୍ୟାଦେଶ, ନୂତନ ରାସନ କାର୍ଡ଼,ବୟୋ ବନ୍ଦନା କାର୍ଡ, ନିର୍ମାଣ ଶ୍ରମିକ ଶ୍ରମ କାର୍ଡ,ଭତ୍ତା କାର୍ଡ ଉପସ୍ଥିତ ଅତିଥିମାନେ ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମ ବ୍ଲକ ଜିପିଡ଼ିଓ ରାଜେନ୍ଦ୍ର ପାତ୍ର, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଜିତେନ୍ଦ୍ର ମିଶ୍ର, ପଞ୍ଚାୟତ ର ପିଇଓ  ଦାମୋଦର ବେମାଲ ,ଜିଆରଏସ କୁନି ମାଝୀ, କର୍ମଚାରୀ, ସମାଜସେବି ଟଙ୍କଧର ଧରୁଆ ସମେତ ମିଶନ ଶକ୍ତି ଅଧିନସ୍ମ ମହିଳା କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Leave A Reply

Your email address will not be published.