ପାରଳାଖେମୁଣ୍ଡି,: ଓଡ଼ିଶାର ଗଜପତି ଜିଲ୍ଲାରେ ସୀମାନ୍ତ ଅଞ୍ଚଳରେ ଏକ ରକମର ଶାସନ ଚଳାଉ ଥିବା ଲକ୍ଷ୍ୟ କରାଯାଉଛି । ଏବେ ଓଡ଼ିଶାର ·ଷୀଙ୍କ ନାମରେ ଆନ୍ଧ୍ର ପ୍ରଶାସନ ଟୋକେନ ବାଣ୍ଟି ଓଡ଼ିଶା ଗଜପତି ଜିଲ୍ଲାର ·ଷୀଙ୍କ ଠାରୁ ଶାଗ ମାଛ ଦରରେ ଧାନ କିଣିବା ପ୍ରୟାସ ଆରମ୍ଭ କରିଥିବା ଲକ୍ଷ୍ୟ କରାଯାଇଛି । ଗଜପତି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା ଅମଳ ଧାନ ଫସଲ ବିକ୍ରି କରିବା ପାଇଁ ମଣ୍ଡି କିମ୍ବା କୌଣସି ବିକ୍ରି ସୁଦ୍ଧା ବ୍ୟବସ୍ଥା କରିପାରିନାହାନ୍ତି । ତେଣୁ ଧାନ ଫସଲ ଉପରେ ଆନ୍ଧ୍ରର ଦଲାଲ ଓ ପ୍ରଶାସନ ମଧ୍ୟ ରଖିଛି ଲୋଲୁପ ଦୃଷ୍ଟି । ଆନ୍ଧ୍ର ସରକାର ଗଜପତି ଜିଲ୍ଲା ଓଡ଼ିଶାରେ ଧାନ କିଣିବା ପାଇଁ ଏବେ ଏକ ବିଚିତ୍ର ଧାନ ସଂଗ୍ରହ ନୀତି ଅନୁସରଣ କରିଛନ୍ତି । ଗଜପତିରୁ ବାହାରକୁ ଧାନ ଚୋରା·ଲାଣ ଓ ଅସାଧୁ ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବା ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଓଡିଶା ପ୍ରଶାସନ ତରଫରୁ ସିସିଟିଭି କ୍ୟାମେରା ସହ ନାକା ପଏଣ୍ଟରେ କଡାକଡି ଯାଞ୍ଚ ପାଇଁ ନିଦେ୍ର୍ଦଶ ଦିଆଯାଇଛି । କିନ୍ତୁ ଏସବୁ ପାଣିରେ ଗାର ପାଲଟିଛି । କାରଣ
ଆନ୍ଧ୍ର ଓଡିଶାର ଧାନ କିଣିବା ସହ ଓଡ଼ିଶାର ·ଷୀଙ୍କ ନାଁରେ ଟୋକନ ମଧ୍ୟ ଦେଉଛି । ସୀମାନ୍ତବର୍ତ୍ତୀ ଗଜପତି ଜିଲ୍ଲାରେ ସବୁବେଳେ ଆନ୍ଧ୍ର ପକ୍ଷରୁ କିଛି ନା କିଛି ବିଶୃଙ୍ଖଳା ଦେଖିବାକୁ ମିଳିଛି । ଏବେ ଧାନ କିଣାରେ ଯେଉଁ ପରିସ୍ଥିତି ଦେଖୁବାକୁ ମିଳିଛି ତାହା ସବୁ ସୀମାକୁ ଟପି ଆନ୍ଧ୍ର ଓଡ଼ିଶାରେ ଏକରକମର ଶାସନ ଜାରି କରିବା ଆରମ୍ଭ କରିଦେଇଛି । ଓଡିଶା ଧାନ ଓଡିଶା ·ଷୀଙ୍କ ନାଁରେ ଆନ୍ଧ୍ରରେ ଟୋକନ ଜେନରେଟ କରି
ଆନ୍ଧ୍ର ଧାନ କିଣୁଛି ତାହା ମଧ୍ୟ ଖୋଲାଖୋଲି ·ଷୀଙ୍କୁ ଦେଉଛନ୍ତି ନିଦେ୍ର୍ଦଶ ବାଟେ ନିଦେ୍ର୍ଦଶ ରହିଛି ତଥାପି ଆନ୍ଧ୍ର ପ୍ରଶାସନ ଓ ଆନ୍ଧ୍ର
ବେପାରିମାନେ ଗଜପତି ଜିଲ୍ଲାର ଗୋସାଣି, ଏବଂ କାଶୀନଗର ବ୍ଲକରୁ ପ୍ରତିଦିନ ଆସି ଧାନ କିଣି ଆନ୍ଧ୍ରକୁ ଚୋରା·ଲାଣ କରୁଛନ୍ତି । ବର୍ତ୍ତମାନ ତେଲୁଗୁ ସମ୍ପ୍ରଦାୟଙ୍କ ପଙ୍ଗଲ ପର୍ବ ୧୨ ତାରିଖ ଠାର ଆରମ୍ଭ ହେବାକୁ ଯାଉଛି । ଏହି ପର୍ବ ସେମାନଙ୍କ ସବୁଠାରୁ ମୁଖ୍ୟ ପର୍ବ ଅଟେ । ପର୍ବ ପାଳନ ପାଇଁ ବର୍ତ୍ତମାନ ଗଜପତିର ·ଷୀଙ୍କୁ ଆବଶ୍ୟକ ଅର୍ଥ ଦରକାର । ତେଣୁ ସରକାର ଧାନ ନେବେ କି ନ ନେବେ, ·ଷୀ ଭରସା କରି ପାରୁ
ନାହାନ୍ତି । ·ଷୀକୂଳ ଏକପ୍ରକାର ନିରୁପାୟ ହୋଇ ଆନ୍ଧ୍ର ବ୍ୟବସାୟୀଙ୍କ ହାତକୁ ଶାଗ ମାଛ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।
ଗଜପତିରେ ଆନ୍ଧ୍ରର ଶାସନ
Prev Post