ଗଣମାଧ୍ୟମ ପ୍ରତିନିଧି ଙ୍କ ସହଯୋଗ ରେ ଦିର୍ଘ ୧ ବର୍ଷ ପରେ ମାନସିକ ବିକାର ଯୁବକ ଙ୍କୁ ପରିବାର ଲୋକ ଙ୍କୁ ହସ୍ତାନ୍ତର କଲେ ବ୍ଲକ ଉପାଧ୍ୟକ୍ଷ

0 63

ଧର୍ମଗଡ଼ : ଦିର୍ଘ ୧ ବର୍ଷ ପରେ ନିଜର ହଜିଥିବା ଭାଇ କୁ ଫେରି ପାଇଛି ଭଉଣୀ ଓ ପରିବାର ଲୋକେ। ଗତ ୨୦୨୪ ଏପ୍ରିଲ ୨୮  ତାରିଖରୁ ଢେଙ୍କାନାଳ ଜିଲ୍ଲା ଫରଜଙ୍ଗ ବ୍ଲକ କନ୍ଦସିଆ ଗ୍ରାମ ର ସ୍ବର୍ଗତ ଲକ୍ଷ୍ମଣ ସାହୁ ଙ୍କ ମାନସିକ ବିକାର ଗ୍ରସ୍ତ ପୁଅ ମାତୃ ପ୍ରସାଦ ଘରୁ ବାହାରି ନିଖୋଜ ଥିଲେ।ଏନେଇ ପରିବାର ଲୋକେ ସ୍ଥାନୀୟ ପରଜଙ୍ଗ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ତେବେ ଦିର୍ଘ ମାସ ପରେ ମଧ୍ୟ ମାତୃ ପ୍ରସାଦ ର କୌଣସି ଖୋଜ ଖବର ମିଳିନଥିଲା। ତେବେ ଗତ ୨ ଦିନ ତଳେ କୋକସରା ବ୍ଲକ ର ଜଣେ ଗଣମାଧ୍ୟମ ପ୍ରତିନିଧି ହିରଣ୍ୟ ବେହେରା ଖବର ସଂଗ୍ରହ ପାଇଁ ଯାଉଥିବା ସମୟରେ  ଡ଼ହଗାଁ ପଞ୍ଚାୟତ ନୂଆଗୁଡା ରାସ୍ତା ରେ ଜଣେ ମାନସିକ ବିକାର ଥିବା ଯୁବକ ଙ୍କୁ ଦେଖି ତାଙ୍କୁ ପଚାରି ଭିଡିଓ ଉତ୍ତୋଳନ କରି ତାଙ୍କ ପରିଚୟ ସହ ସୋସିଆଲ ମିଡିଆ ଫେସବୁକ ରେ ପୋଷ୍ଟ କରିଥିଲେ। ତେବେ ସଂଯୋଗ ବଶତଃ ସୋସିଆଲ ମିଡିଆ ରୁ ଏହି ପୋଷ୍ଟ ଦେଖି ପରିବାର ଲୋକେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଯୋଗାଯୋଗ କରିଥିଲେ। ଏନେଇ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ବେହେରା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଯୁବକ ବିଷୟରେ କହିବା ପରେ ବ୍ଲକ ଉପାଧ୍ୟକ୍ଷ  ଯୁବକ କୁ ତାଙ୍କ ଘରେ ରଖି ସେବା ଶୁଶ୍ରୁଷା କରି ବ୍ଲକ ପ୍ରଶାସନ ସହିତ ଯୁବକ ର ଚିକିତ୍ସା ଓ ଥଇଥାନ ବ୍ୟବସ୍ଥା ପାଇଁ ଯୋଗାଯୋଗ କରିଥିଲେ। ତେବେ ସୋସିଆଲ ମିଡିଆ ରେ ଖବର ଦେଖି ସୋମବାର ମାତୃ ପ୍ରସାଦ ଙ୍କ ପରିବାର ରୁ ଭଉଣୀ ନିରୂପମା ସାହୁ, ସମ୍ପର୍କୀୟ ଭାଇ ଚିନ୍ମୟ ବିଶ୍ୱାଳ, ସୁଧୀର ବିଶ୍ୱାଳ, ଅବିନାଶ ସାହୁ  ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ଲଡୁଗାଁ ସ୍ଥିତ ବାସଭବନ ରେ ପହଞ୍ଚିଥିଲେ।ବର୍ଷେ ପରେ ହଜିଥିବା ଭାଇ କୁ ପାଇ ଭଉଣୀ କୋହ ରେ ଆତ୍ମହରା ହୋଇ ପଡିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଓ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଅନେକ କୃତଜ୍ଞତା ଜଣାଇଥିଲେ। ପରେ ବ୍ଲକ ଉପାଧ୍ୟକ୍ଷ,ଗଣମାଧ୍ୟମ ପ୍ରତିନିଧି ମାତୃ ପ୍ରସାଦ କୁ ତାଙ୍କ ଭଉଣୀ ଓ ସମ୍ପର୍କୀୟ ଙ୍କୁ ହସ୍ତାନ୍ତର କରିଥିଲେ।ବ୍ଲକ ଉପାଧ୍ୟକ୍ଷ ଙ୍କ ଏହି ସେବା ମନୋଭାବ କୁ ବିଭିନ୍ନ ମହଲ ରେ ଉଚ୍ଚ ପ୍ରସଂଶା କରାଯାଇଛି।

Leave A Reply

Your email address will not be published.