ଭୁବନେଶ୍ୱର, : ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ୪୫ ଟପିଛି ତାତି । ଗତ ଦୁଇଦିନ ହେଲା ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସୋମବାର ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ସୋମବାର ରେକର୍ଡ ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିଲା ବେଳେ ଏହା ପଛକୁ ସମ୍ବଲପୁର ୪୩, ହୀରାକୁଦ ୪୨.୪, ରାଉରକେଲା ୪୨, କେନ୍ଦୁଝର ୩୮.୩, ଚାନ୍ଦବାଲି ୩୮.୨, ବାଲେଶ୍ୱର ୩୭, ଭୁବନେଶ୍ୱର ୩୬ ରହିଛି । ଆଗାମୀ ତିନିଦିନରେ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝାଡ଼ବର୍ଷା ହୋଇପାରେ । ତେବେ ମଙ୍ଗଳବାରଠାରୁ ରାଜ୍ୟରେ ଆହୁରି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲାକୁ ହିଟୱେଭ ଆଲର୍ଟ ଜାରି କରାଯାଇଛି । ସେହିପରି ବୁଧବାର ପାଇଁ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୂଆପଡା, ସୋନପୁର ଏ ବୌଦ୍ଧ ଜିଲ୍ଲାକୁ ହିଟୱେଭ ଆଲର୍ଟ ଜାରି କରାଯାଇଥିଲା ବେଳେ ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାକୁ ଆଦ୍ରତା ଅନୁଭବ ହେବା ନେଇ ଆଲର୍ଟ ଜାରି କରାଯାଇଛି । ଗୁରୁବାର ଏବଂ ଶୁକ୍ରବାର ମଧ୍ୟ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୂଆପଡା, ଅନୁଗୋଳ, ସୋନପୁର ଏବଂ ବୌଦ୍ଧ ଜିଲ୍ଲାକୁ ହିଟୱେଭ ଆଲର୍ଟ ଜାରି କରାଯାଇଥିଲା ବେଳେ ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲାକୁ ଆଦ୍ରତା ଅନୁଭବ ହେବା ନେଇ ଆଲର୍ଟ ଜାରି କରାଯାଇଛି ।