ଜବତ୍ ହେଲା ଚୋରା ଏଲପିଯି ଗ୍ୟାସ୍ ସିଲିଣ୍ଡର୍

0 47

ପାରାଦ୍ଵୀପ :- ବିପୁଳ ପରିମାଣ ର ଜବତ୍ ଗ୍ୟାସ୍ ସିଲିଣ୍ଡର୍ କାରବାର ନେଇ ପାରାଦ୍ଵୀପ ଲକ୍ ପୋଲିସ୍ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ।ବେଆଇନ ଭାବେ ଏଲପିଯି ଗ୍ୟାସ୍ ସିଲିଣ୍ଡର୍ ରଖିଥିବା ଅଭିଯୋଗ ରେ ପାରାଦ୍ଵୀପ ଲକ୍ ଥାନା ର ଚଢାଉ। ବିପୁଳ ପରିମାଣ ର ଗ୍ୟାସ୍ ସିଲିଣ୍ଡର୍ ଜବତ୍ କରିବା ସହ ଆକ୍ସାନ ମୁଡ଼ ରେ ପାରାଦ୍ଵୀପ ଲକ୍ ପୋଲିସ୍। କୌଣଷି ବିଶେଷ ସୂତ୍ରରୁ ଖବର ପାଇ ପାରାଦ୍ଵୀପ ଗଡ ଗ୍ରାମପଞ୍ଚାୟତ ର ନିମିଢି ଗାଁ ରେ ପାରାଦ୍ଵୀପ ଲକ୍ ଥାନା ପୋଲିସ୍ କରିଥିଲା ରେଡ୍.. ଆଉ ଜବତ୍ କରିଥିଲା ପୂଳା ପୁଳା ଗ୍ୟାସ୍ ସିଲିଣ୍ଡର୍.. ଗୋଟିଏ କି ଦୁଇଟି ନୁହେଁ ୮୫ଟି ବଡ ସିଲିଣ୍ଡର ଶହ ୩୫ଟି ଛୋଟ ସିଲିଣ୍ଡର ଜବତ କରିଛି ପାରାଦ୍ଵୀପ ଲକ୍ ପୋଲିସ୍। ଖବର ମୁତାବକ୍ ପାରାଦ୍ଵୀପ ଲକ୍ ଥାନା ଅଧୀନ ନିମିଢ଼ି ଗାଁର ନାରାୟଣ ପୁଷ୍ଟି ଙ୍କ ପୁଅ ସଞ୍ଜୟ ପୁଷ୍ଟି ଦିର୍ଘ ଦିନଧରି ଚୋରା ଏଲପିଯି ଗ୍ୟାସ୍ ସିଲିଣ୍ଡର୍ କାରବାର କରି ଆସୁଥିଲେ। ପାରାଦ୍ଵୀପ ର ବିଭିନ୍ନ ଶିଳ୍ପାୟନ ରେ କାର୍ଯ୍ଯ କରୁଥିବା ହଜାର ହଜାର ସଂଖ୍ୟାରେ ଅଣ ଓଡିଆ ଶ୍ରମିକ ମାନଙ୍କୁ ଚଢ଼ା ଦରରେ ବିକ୍ରୀ କରୁଥିଲେ ଗ୍ୟାସ୍ ସିଲିଣ୍ଡର୍। ପାରାଦ୍ଵୀପ ଲକ୍ ଥାନା ଦୀପ୍ତି ରଞ୍ଜନ ଓଝା ଙ୍କ ନେତୃତ୍ବରେ ସୋଚନ୍ତ୍ର ଟିମ୍ ଅଚାନକ ଚଢ଼ାଉ କରି ବିପୁଳ ପରିମାଣ ର ଗ୍ୟାସ୍ ସିଲିଣ୍ଡର୍ ଜବତ୍ କରି କେଶ୍ ନମ୍ୱର୍ ୧୨୧/୨୫ ଦାୟର କରି ସଞ୍ଜୟ ପୁଷ୍ଟି ଓରଫ କାଳିଆ କୁ ଗିରଫ କରିଛି ପାରାଦ୍ଵୀପ ଲକ୍ ପୋଲିସ୍ । ଭୁବନେଶ୍ଵର ରୁ ପାରାଦ୍ଵୀପ କୁ ଆସୁଥିଲା ବିନା ପଞ୍ଜୀକୃତ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ । କିଏ ଦେଉଥିଲା ଏତେ ପରିମାଣ ର ସିଲିଣ୍ଡର୍ କିଏ ଗ୍ୟାସ୍ ସିଲିଣ୍ଡର୍ କାରବାର ର ମାଷ୍ଟର ମାଇଣ୍ଡ କେବଳ ପାରାଦ୍ଵୀପ ନାଁ ଭୁବନେଶ୍ଵର ରୁ ସାରା ଓଡ଼ିଶାକୁ ଲମ୍ବିଛି ଚୋରା ଗ୍ୟାସ୍ ସିଲିଣ୍ଡର୍ ସିଣ୍ଡିକେଟ.. ପାରାଦ୍ଵୀପ ଲକ୍ ଥାନା ରେ ସାମ୍ୱାଦିକ ସମ୍ମିଳନୀ କରି ପାରାଦ୍ଵୀପ ଅତିରିକ୍ତ ଆରୋକ୍ଷୀ ଅଧୀକ୍ଷକ ସ୍ମୁତି ରଞ୍ଜନ କର ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.