ଜମିକୁ ଜଳ ଯୋଗାଣ: ଏମଆଇ ବିଭାଗ କର୍ମଚାରୀଙ୍କ କ୍ଷେତ୍ର ପରିଦର୍ଶନ

Water supply to land: Field visit by MI department staff

0 167

କଲ୍ୟାଣସିଂହପୁର, : ରାଜ୍ୟ ସରକାର କୃଷିର ଉନ୍ନତି ପାଇଁ କୃଷକଙ୍କ ଆର୍ଥିକ ଅବସ୍ଥା ବଢିବା ପାଇଁ ସରକାର କେନାଲ ଚେକ ଡ୍ୟାମ ଓ ପୋଖରୀ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । କିନ୍ତୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରିଗୁଡା ପଞ୍ଚାୟତର ତିନି ମୌଜା ରାଉତ ପରିଡିଗୁଡ଼ା ମୌଜାର ଶହେ ଏକରରୁ ଉଦ୍ଧ୍ୱର୍ ଡିମିରି ବାଡ଼ିର ଦୁଇ ଶହ ଦିବଲ ପାଡୁର ଦୁଇ ଶହ ଏକର ଜମିକୁ ସରକାରଙ୍କ କୌଣସି ଜଳ ସେଚନ ଯୋଜନାରେ ସାମିଲ କରାଯାଇ ନଥିବାରୁ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି । ଏହି ତିନି ମୌଜାର ୫ଶହ ଏକର ଜମିକୁ ପ୍ରାଥମିକତାରେ ଭୂତଳ ପାଇପ ଲାଇନ ଯୋଗେ ଜଳ ଯୋଗାଣ ପାଇଁ ତେଜି ଉଠିଲେ ତିନି ଗ୍ରାମବାସୀ । ଗତ ତିନି ବର୍ଷ ପୂର୍ବେ ସୁନାଖଣ୍ଡି ପଞ୍ଚାୟତର ଖଜୁରୀଗୁଡା ଗ୍ରାମ ନିକଟର ଏକ ଜୀବନ୍ତ ନାଳ ଉପରେ କ୍ଷୁଦ୍ର ଜଳ ସେଚନ ବିଭାଗ ରାୟଗଡା ପକ୍ଷରୁ ୨.୫୨,୬୭ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରାଯାଇ ଏକ ଚେକ ଡେମ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ପାଇପ ଲାଇନ ମଧ୍ୟରେ ଭୂତଳ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ହୋଇଛି । ନଳା ଗୁଡାକ ପ୍ରାୟ ଏକ ବର୍ଷ ଉର୍ଦ୍ଧ ଧରି ପଡି ରହିଥିଲେ ମଧ୍ୟ ଠିକାଦାର କାର୍ଯ୍ୟ ଆରମ୍ଭ କରି ନଥିଲେ । ଗତ ବର୍ଷ ଠିକାଦାର ପୂଜାରିଗୁଡା ଗ୍ରାମକୁ ଜଳ ଯୋଗାଣ ପାଇଁ ପାଇପ ପକାଇବା ବେଳେ ଡିମିରି ବାଡ଼ି, ଦିବଲପାଡୁ ଓ ରାଉତ ପରିଡିଗୁଡ଼ା ଚାଷୀ ବିରୋଧ କରିଥିଲେ । ପୂଜାରିଗୁଡା ଗ୍ରାମକୁ ପୂର୍ବରୁ ରାଇଲିମା ଏମ ଆଇ କେନାଲରେ ପାଣି ଯୋଗାଣ ହେଉଛି । ପୁଣି ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ପାଣି ଯୋଗାଣ ହେଉଛି ବୋଲି ତିନି ଗ୍ରାମବାସୀ ମାନେ ଅଭିଯୋଗ କରିବା ପରେ କାର୍ଯ୍ୟ ବନ୍ଦ ରହିଛି । ଏହି ଚେକ ଡେମରେ ତିନି ଖଣ୍ଡ ଗ୍ରାମକୁ ପାଣି ଯିବା ପାଇଁ ଭୂତଳ କଂକ୍ରିଟ ରାସ୍ତା ରହିଛି । ସେହି ରାସ୍ତା ଦେଇ ନଳ ପକାଇ ପ୍ରଥମେ ଏହି ତିନଟି ଗ୍ରାମରେ ଥିବା ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପରେ ପୂଜାରିଗୁଡାକୁ ଜଳ ଯୋଗାଣ କରିବେ ବୋଲି ଜିଦରେ ଅଟଳ ଠିଥିବାରୁ କାର୍ଯ୍ୟ ବନ୍ଦ ରହିଥିଲା । ଏମ.ଆଇ ବିଭାଗର ଅଧିକାରୀ ମାନେ ଡିମିରି ବଡ଼ି ଗ୍ରାମକୁ ଆସି ଚାଷୀଙ୍କ ସହ ଆଲୋଚନା କରିବା ବେଳେ ତିନି ଗ୍ରାମର ଚାଷୀ ଅଧିକାରୀଙ୍କୁ ପ୍ରଥମିକତାରେ ରାଉତ ପରିଡିଗୁଡ଼ା, ଡିମିରି ବାଡ଼ି, ଓ ଡିବଲ ପାଡ଼ୁକୁ ଯୋଗାଇବା ପାଇଁ ଅଡ଼ି ବସିଥିବା ଦେଖିବାକୁ ମିଳିଥିଲା । ତିନି ଗ୍ରାମର ଜମିକୁ ଜଳସେଚନ ଯୋଗାଣ ନହେବା ଯାଏ ମାଟି ଖୋଳା ବନ୍ଦ ରହିବ ବୋଲି ଗ୍ରାମବସି ମାନେ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ଜିଲାପାଳ ହସ୍ତକ୍ଷେପ କରି ତିନି ଗ୍ରାମକୁ ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି । ଆଜି ତିନି ଗ୍ରାମବାସୀ ଏନ ଈଶ୍ୱର ପ୍ରସାଦ ରାଓ, କେଶବ ନାଗବଂଶ, କମେଶ ପ୍ରାସ୍କା, ମାଳି ପ୍ରାସ୍କା, କାଡ୍ରାକା ଦିନ, ମେଳାକା ଗଙ୍ଗା ଓ ରାମୟା ହିକକା ଅଭିଯୋଗ କରିଛନ୍ତି ଯେ ଆମ ଦୁଇ ଗ୍ରାମର ନାମ ସୂଚନା ଫଲକରେ କାହିଁକି ଉଲେଖ ନାହିଁ, ତୁରନ୍ତ ନାମ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଥିବା ଘଟଣାକୁ ଡୁମାଣି ଖବର କାଗଜରେ ପ୍ରକାଶ ପାଇବାରୁ ଆଜି ଏମ.ଆଇ ବିଭାଗର ଦୁଇ କର୍ମଚାରୀ ତିନି ଗ୍ରାମରେ ପରିଦର୍ଶନ କରି ସୂଚନା ପୋଲକ ଚେଞ୍ଜ କରାଯିବ । ଦିବଲ ପାଡୁ, ଡିମିରିବାଡ଼ି, ରାଉତ ପରିଡିଗୁଡା ଏହି ତିନି ଗ୍ରାମକୁ ଜଳ ଯୋଗାଣ ପରେ ହିଁ ପୂଜାରିଗୁଡା ଗ୍ରାମ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.