ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ୟାପିତ

0 84

ଖୋର୍ଦ୍ଧା,: ହାବେଳୀ ପଡିଆ ଠାରେ ·ଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଦିବସରେ ଅତିଥି ଭାବେ ଅଧିକ୍ଷଣଯନ୍ତ୍ରୀ (କୃଷି) ପତି ତପାବନ ଖଣ୍ଡଗିରି, ଖୋର୍ଦ୍ଧା ମୃତ୍ତିକା ସଂରକ୍ଷଣ ଉପ- ନିର୍ଦେଶକ ଦିଗମ୍ବରବିଶ୍ୱାଳ, କୃଷି ଜିଲ୍ଲା ଅଧିକାରୀ,
ଭୁବନେଶ୍ୱର ମନୋରଞ୍ଜନ ରାଉଳ, କୃଷି ଜିଲ୍ଲା ଅଧିକାରୀ, ମନୋରଞ୍ଜନ ମିଶ୍ର, କୃଷି ଜÿିଲ୍ଲା ଅଧିକାରୀ, ଟାଙ୍ଗୀ, ଡ଼ଃ ପ୍ରଦୀପ୍ତ କୁମାର ପଣ୍ଡା, କୃଷି ଜିଲ୍ଲା ଅଧିକାରୀ, ଖୋର୍ଦ୍ଧା, ସ୍ମିତା ମହାନ୍ତି, ସହକାରୀ ଉଦ୍ୟାନ କୃଷି ନିଦେ୍ର୍ଦଶକ, ଖୋର୍ଦ୍ଧା, ରବି ନାରାୟଣ ସେନାପତି, ଜÿିଲ୍ଲା ମୁଖ୍ୟ କୃଷି
ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ୱାରା ଶ୍ରମର ଲାଘବ ଏବଂ କମ ଜମିରେ ଅଧିକ ଉତ୍ପାଦନ ହେବାରୁ ଯୁବବର୍ଗ ଓ ମହିଳାମାନେ କୃଷି ପ୍ରତି ଆଗ୍ରହ ପ୍ରକାଶ କରିବା ସହିତ, କୃଷି କ୍ଷେତ୍ରରେ ନୂତନ କଳ୍ପନା, ଅନ୍ୱେଷଣ, ନିର୍ମାଣ ଓ ଗବେଷଣା ପାଇଁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଭିନ କୃଷି ଯନ୍ତ୍ରପାତି ସମ୍ମାନ ଦିଆଯାଇଛି ବୋଲି ଅତିଥି ମାନେ ମତପୋଷଣ କରିଥିଲେ । ଏହି ମେଳାରେ ଖୋର୍ଦ୍ଧା ଜÿିଲ୍ଲାର ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ·ଷୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ୧୦୦ ଜଣ ·ଷୀ କୃଷି ପାଠଶାଳାରେ ଯୋଗ ଦେଇଥିଲେ । ଏହି ପାଠଶାଳାରେ କୃଷି ଓ ଅନ୍ୟ ବିଭାଗର ବିଶେଷଜ୍ଞମାନେ କୃଷକମାନଙ୍କୁ ଆଧୁନିକ ଜ୍ଞାନ କୌଶଳ ବିଷୟରେ ପ୍ରଶିକ୍ଷଣ
ଦେଇଥିଲେ । ଏହି ମେଳାରେ ଟାଙ୍ଗୀ ଓ ଚିଲିକା ବ୍ଲକର ୧୨ ଜଣ ·ଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଅଭିନ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନାରେ, ବେଗୁନିଆ, ଖୋର୍ଦ୍ଧା, ଟାଙ୍ଗୀ ଓ ଚିଲିକା ବ୍ଲକର ୪ ଜଣ ·ଷୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪ ଜଣ ·ଷୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି ମେଳାରେ ଅଂଶ ଗ୍ରହଣ କରିଥିବା ଷ୍ଟଲ ମାନଙ୍କ ମଧ୍ୟରୁ ୩ଟି ସରକାରୀ ବିଭାଗୀୟ ଷ୍ଟଲ ଓ ଅନ୍ୟ ୩ଟି କୃଷି ଯନ୍ତ୍ରପାତି ଉତ୍ପାଦକ ଓ ବିତରକ ଷ୍ଟଲକୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.