ଜିଲ୍ଲା କଳାହାଣ୍ଡି, ଭରସା ନବରଙ୍ଗପୁର ଜିଲ୍ଲା

0 90

ନବରଙ୍ଗପୁର,: ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶା ଅନେକ, ପାଉ ନାହାଁନ୍ତି ଶିକ୍ଷା, ଗମନାଗମନର ସୁବିଧା ଓ ପ୍ରାକ ଶିକ୍ଷା ।
କଳାହାଣ୍ଡିରେ ଜିଲ୍ଲାରେ କେବଳ ପଞ୍ଚାୟତ ·ଉଳ ପାଉଛନ୍ତି ଆଉ ଶିକ୍ଷାୟ, ମେଡ଼ିକାଲ, ବାଣିଜ୍ୟ ବ୍ୟବସାୟ, ·ଲିଚଳଣୀ ସବୁ ନବରଙ୍ଗପୁର ଜିଲ୍ଲାରେ । କଳାହାଣ୍ଡି ଜିଲ୍ଲାରେ ·ଉଳ ପାଇଁ ଯିବାକୁ ପଡେ ୧୫ କିମି, ମେଡିକାଲ ଓ ଶିକ୍ଷା ପାଇଁ ଯିବାକୁ ହେଲେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ୫ କିମି ପାଦଚଲା ରାସ୍ତା । ଏମିତି ଦୁର୍ଦ୍ଦଶା ଅବସ୍ଥାରେ ରହୁଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅମଲାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଦାବିରି । ନିଜ ପଞ୍ଚାୟତ ଅମଲାଭଟ୍ଟାକୁ ·ଉଳ ପାଇଁ ୧୫ କିମି ଦୂର ଯିବାକୁ ପଡୁଛି । ଗମନାଗମନ ର ସୁବିଧା ନ ଥିବା ହେତୁ ସ୍ୱାସ୍ଥ୍ୟ ପାଇଁ ଓ ଶିଶୁ ମାନଙ୍କ ଶିକ୍ଷା ପାଇଁ ନବରଙ୍ଗପୁର ଜିଲ୍ଲା କୁ ହିଁ ଭରସା କରନ୍ତି ଏହି ଗାଁ ଆଉ ଆଖପାଖର ତିନି ଖଣ୍ଡ ଗାଁ । ରାସ୍ତା ଭଲ ନାହିଁ ତେଣୁ ରୋଗୀଙ୍କୁ ମେଡ଼ିକାଲ ନେବାକୁ ହେଲେ ଖଟିଆରେ ବୋହି ଦୀର୍ଘ ୮କିମି ଯିବାକୁ ପଡେ । କାରଣ ଏହି ଗାଁକୁ ଆମ୍ବୁଲାନ୍ସ ଯିବାକୁ କୌଣସି ପ୍ରକାର ସୁବିଧା ନାହଁ । ନବରଙ୍ଗପୁର ଜିଲ୍ଲାର ମୈଦଲପୁରକୁ ଆସି ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟବ୍ୟବସାୟ ଓ ପ୍ରତ୍ୟକ କ୍ଷେତ୍ର ପାଇଁ ଭରସା କରନ୍ତି । ଗାଁରେ ବିଦ୍ୟାଳୟ ନ ଥିବାରୁ ପଡୋଶୀ ଜିଲ୍ଲା ନବରଙ୍ଗପୁରର ଗାଦବାକୋତ୍ରା ଓ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ଯେଉଁମାନେ ନାମ ଲେଖାଇ ପାରି ନାହାଁନ୍ତି ସେହି ଛାତ୍ରଛାତ୍ରୀମାନେ ଘରେ ରହିଛନ୍ତି ୟଦୁର୍ଗମ ଅଞ୍ଚଳ ହୋଇଥିବାରୁ ସଚେତନତା ଅଭାବରୁ ଦୂଷିତ ପାଣି ପିଇ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ମଧ୍ୟ ହରାଇଛନ୍ତି ଏହି ଗାଁରେ । ଗୋଟିଏ କୂଅରେ ନଳକୂପ ବସାଇ ପାଣି ପିଉଛନ୍ତି ଗ୍ରାମବାସୀ । ବର୍ଷା ଋତୁରେ କୂଅ ପାଣି ଗୋଳିଆ ହୋଇଥାଏ ସେହି ପାଣି ପିଇ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଗ୍ରାମର ଅନେକ ଲୋକ । ଗତ ଜୁଲାଇ ମାସରେ ଝାଡ଼ାବାନ୍ତି ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ବେଳେ ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଓ
ପାପଡାହାଣ୍ଡି ମେଡିକାଲ ରେ ଚିକିତ୍ସା କରାଯାଇଛି । ଏହି ଗାଁରେ ଆଉ ବଡ଼ ସମସ୍ୟା ରହିଛି ଯୋଗ୍ୟ ହିତାଧିକାରୀ ଓ ବିଧବାମାନେ ପେନସନ ପାଇବାରୁ ମଧ୍ୟ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ଆବେଦନ କରିବାକୁ ମଧ୍ୟ ସୁବିଧା
ନାହିଁ, ଆବେଦନ କିପରି କରିବେ ତାହା ମଧ୍ୟ ଜାଣି ପାରୁ ନାହାଁନ୍ତି, କାରଣ ଏହି ଗ୍ରାମରେ କୌଣସି ପ୍ରଶାସନ ଅଧିକାରୀଙ୍କ ପାଦ ପଡ଼ିନାହିଁ । କୁନି କୁନି ଶିଶୁମାନଙ୍କ ପାଇଁ ପ୍ରାକ ଶିକ୍ଷା ଅଙ୍ଗନବାଡି ରହିବା କଥା କିନ୍ତୁ ଏହି ଗାଁରେ
ଏହା ମଧ୍ୟ ଦେଖିବାକୁ ମିଳୁନି ଯୋଦ୍ୱାରା ଅନେକ ଶିଶୁ ପ୍ରାକ ଶିକ୍ଷାରୁ ବଞ୍ଚିତ ହୋଉଛନ୍ତି । ୫ ବର୍ଷ ତଳେ ପ୍ରତ୍ୟକ ଘରେ ସଲାର ଦେଇଛନ୍ତି କିନ୍ତୁ ତାହା ଅଚଳ ହୋଇଛି ଫଳରେ ଜଙ୍ଗଲିଆ ଗ୍ରାମରେ ଅନ୍ଧାର ଅବସ୍ଥାରେ ରହୁଛନ୍ତି । ପ୍ରତ୍ୟକ ବିଭାଗ ସବୁତକ ବିଷୟ ଜାଣି ମଧ୍ୟ କାହିଁକି ଏହି ଗାଁକୁ ଅଣଦେଖା କରାଯାଇଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଖବର ପ୍ରସାରଣ ପରେ ପ୍ରଶାସନ ଶୀଘ୍ର ଏହି ଗାଁ ପ୍ରତି ଦୃଷ୍ଟି ଦେଇ ଗ୍ରାମର ସମସ୍ୟା ସବୁ ଦୂର କରିବାକୁ ଗ୍ରାମର ମୋତିସିଂ, ତ୍ରିନାଥ ହରିଜନ, ସୋନାମାଲ ମାଝୀ, ଯୋଗର ମାଝୀ, ମହେନ୍ଦ୍ର ଦଳପତି,ଗୁରୁବାରୁ ମାଝୀ,ଘାସି
ମାଝୀ ,ଘାସି ଦଳପତି, ସୁରେଶ ନିଆଲ,ସୁକୁମାଲ ମାଝୀ, ଜୁକୁ ମାଝୀ, ବିଲାଶୁ ଦଳପତି, ସୁଜାଇଦେଇ ମାଝୀ, ସୂର୍ଯ୍ୟକାନ୍ତି ମାଝୀ, ମଙ୍ଗାଇ ମାଝୀ ପ୍ରମୂଖ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.