ଜୁପିଟର ପବ୍ଲିକ ସ୍କୁଲର ୧୦ମ ତମ ବାର୍ଷିକ ଉତ୍ସବ

0 84

ବ୍ରହ୍ମପୁର,: ଆଜି ସ୍ଥାନୀୟ କନିଶି ହାଟ ସ୍ଥିତ ଜୁପିଟର ପବ୍ଲିକ୍ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସଭାପତି ରଜନୀକାନ୍ତ ପାତ୍ର ଓ କମିଟି ମେମ୍ବରଙ୍କ ଅଧ୍ୟକ୍ଷତା ଓ ସହଯୋଗରେ ଅନୁଷ୍ଠିତ ହୋଇଥିବା ଉକ୍ତ ଉତ୍ସବରେ ସ୍ଥାନୀୟ ଉପାଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଦୋରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲା ବେଳେ ମୁଖ୍ୟ ବକ୍ତା ଭାବେ କେ. କୃଷ୍ଣମୂର୍ତ୍ତି ଓ ସମ୍ମାନିତ ଅତିଥି ଭାବେ ବିଶାଲ ଆଇଟିଆଇର ଉପାଧ୍ୟକ୍ଷ କେଦାରନାଥ ନାୟକ, ରଙ୍ଗେଇଲୁଣ୍ଡା ବ୍ଲକ୍ର ଅଧ୍ୟକ୍ଷା ଚିନି ଉଷାରାଣୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଉତ୍ସବରେ ମୁଖ୍ୟ ଆକର୍ଷଣ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ନାଚ ଗୀତ ଓ ନାଟକ ଦର୍ଶକମାନଙ୍କ ମନକୁ ଆକର୍ଷଣ କରିଥିଲା। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା  ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ, ସମ୍ମାନିତ ଅତିଥିଙ୍କ ବକୃତା ସହିତ ଉତ୍ସବ ସମାପ୍ତ ହୋଇଥିଲା । ଶ୍ରୀ ରାଜ୍ ଶେଖର ପାତ୍ର ଓ ସୁଶ୍ରୀ ·ନ୍ଦିନୀ ନାୟକ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲା ବେଳେ ପରିଶେଷରେ ସ୍କୁଲ୍ ଅଧ୍ୟକ୍ଷା ବବିତା ମଞ୍ଜରୀ ପାତ୍ର ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.