ବ୍ରହ୍ମପୁର ସହରରେ ସ୍ବତନ୍ତ୍ର ଭାବେ ବାଇକ ଓ ଚାରି ଚାକିଆ ଯାନର ପାକିଙ୍ଗ ବ୍ୟବସ୍ଥା ନ ଥିବା ବେଳେ ୨ ଚକିଆ ରାସ୍ତାର ସମସ୍ତ ଦୋକାନ ସମ୍ମୁଖରେ ବାଇକ ଲମ୍ବା ହୋଇ ରହିଥିଲା l ସହରର କିଛି ପ୍ରତିଷ୍ଠିତ ବ୍ୟବସାୟୀ l ତଥା ସୁନା ଦୋକାନ ତନିସ୍କ ସୁନା ଦୋକାନ ସାମନା, ଲସି ଦୋକାନ ସାମନା ତଥା ବହୁ ପ୍ରତିଷ୍ଠିତ ଦୋକାନ ମାନଙ୍କ ଆଗରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା l ଲୋକମାନେ ଯିବା ଆସିବା ପାଇ ବହୁ ଅସୁବିଧାରେ ଗମନା ଗମନ କରୁଛନ୍ତି l ତନିସ୍କ ସୁନା ଦୋକାନର ନିଜସ୍ୱ ପାର୍କିଙ୍ଗ ସୁବିଧା ନାହିଁ କି ସେ କରିବା ପାଇ ଚାହୁଁନି l ଜାଣି ଶୁଣି ରାସ୍ତାକୁ ଜାମ କରୁଛି l ତନିସ୍କ ଆଖପାଖରେ ଥିବା ସମସ୍ତ ସୁନା ଦୋକାନ ମାନଙ୍କର ନିଜସ୍ୱ ପାକିଙ୍ଗ ସୁବିଧା ଥିବା ବେଳେ ତନିସ୍କ ତାହାର ପାକିଙ୍ଗ ସୁବିଧା କରୁନି ଯଉଁଥି ପାଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି l ରାସ୍ତା କଡରେ ଦୋକାନ କରିଥିବା ଲୋକମାନଙ୍କୁ ବିଇଏମସି ଉଠାଇ ଦେଉଥିବା ବେଳେ କାହିଁକି ତନିସ୍କ ସୁନା ଦୋକାନ ଉପରେ କାହିଁକି କାଯ୍ୟନୁଷ୍ଠାନ ନେଉନାହିଁ l କେବେ କାଯ୍ୟନୁଷ୍ଠାନ ନଉଛି ଦେଖିବାକୁ ବାକି ରହିଲା l ଟ୍ରାଫିକ ନିୟତ୍ରଣ ଉପରେ ପ୍ରଶାସନ କି ବିଇଏମସି ର ନଜର ପଡୁନି କାହିଁକି l ଟ୍ରାଫିକ ବ୍ୟବସ୍ଥା ଅଧିକ ଜଟିଳ ସୂଚନାଯୋଗ୍ୟ , କିଛି ବର୍ଷ ତଳେ ସହରର ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପାଇଁ ବିଇଏମସି ପୁଲିସର ମିଳିତ ଉଦ୍ୟମରେ ଲେଣ୍ଡିଂ ଜୋନ୍ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କିନ୍ତୁ, ଏକମାତ୍ର ବାଇପାସ୍ ଛକରେ ପରିବା ବଜାର ନିର୍ମାଣର ସଫଳ ରୂପାୟନ ହୋଇଥିଲା। ସେହିପରି କିଛି ବର୍ଷ ତଳେ ବ୍ରହ୍ମପୁର ସହରରୁ ପଲିଥିନ ମୁକ୍ତ ପାଇଁ ବିଇଏମସି କାର୍ଯ୍ୟାଳୟ ତରଫରୁ ଧରପଗଡ ଚାଲୁ ରହି ବିଭିନ୍ନ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯାଇଥିଲା । ଏହି ଅଭିଯାନ କିଛି ଦିନ ବଳବତ୍ତର ରହିବା ପରେ ଏବେ ସମଗ୍ର ସହରର ପଲିଥୁନ ଭରିପୁର । ସବୁଠି ଖୋଲା ଖୋଲି ଭାବେ ପଲିଥିନ ବିକ୍ରି ହେଉଛି। ପଲିଥିନର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଇଥିବାରୁ ଡ୍ରେନେଜ୍ ଓ ଅଳିଆ ଆବର୍ଜନା ଗଢାରେ ପଲିଥିନ ପାହାଡ ପରି ଗଦା ହୋଇ ରହିଛି I ଶୁକ୍ରବାର ଓ ଶନିବାର ଅଦିନିଆ ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳ ଡ୍ରେନରେ ଜଳ ନିଷ୍କାସନ ହୋଇ ନପାରିରାସ୍ତା ଉପରେ ବର୍ଷା ଜଳ ପ୍ରବନ ବେଗରେ ଛୁଟିଥିଲା। ଫଳରେ ଟ୍ରାଫିକ୍ ବିପର୍ଯ୍ୟୟ ହୋଇ ବାଇକ୍ ଓ ଚାରି ଚକିଆ ଯାନ ଅଟକି ରହିଥିଲା। ଡ୍ରେନରେ ବହୁଳ ଭାବେ ପଲିଥିନ ଭାସି ଆସି ନାଳ ମାନଙ୍କରେ ଅଟକି ରହିଯିବାରୁ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ୟାପକ ପଲିଥିନ ଯୋଗୁଁ ପରିବେଶ ଦୂଷିତ ହେବାରେ ଲାଗିଛି। ତେବେ, ସାବିତ୍ରୀ ବ୍ରତ ଯୋଗୁଁ ପୂଜା ବଜାରରେ ଦରଦାମ ଅହେତୁକ ବୃଦ୍ଧି ଘଟିଥିଲା ।