ତାଳଚେର ଉପଖଣ୍ଡ ଡାକ୍ତରଖାନା ରେ ଆୟୁଷ୍ମାନ ଭାରତ କାର୍ଡ ର ଶୁଭାରମ୍ଭ*

0 96

ତାଳଚେର : ଓଡିଶା ପ୍ରଦେଶ ରେ ବହୁ ପ୍ରତିକ୍ଷୀତ ବାର୍ଷିକ  ୫ ଲକ୍ଷ ର ମାଗଣା ସ୍ୱାସ୍ଥ୍ୟ ସେବା ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି |ରାଜ୍ୟର ସାଢେ ୩ କୋଟି ଲୋକ ଏଥିରେ ଉପକୃତ ହେବେ |କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉପସ୍ଥିତି ରେ କଟକ ଠାରେ ଅନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ କରି କାର୍ଡ ବଣ୍ଟନ କରିଥିଲେ |ସେହିଭଳି ସମଗ୍ର ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତର ଖାନା, ବିଭିନ୍ନ କୋଣ ଅନୁକୋଣ ରେ ଉକ୍ତ ଯୋଜନା ର କାର୍ଡ ବଣ୍ଟନ କରାଯାଇଛି |ସେହିଭଳି ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନା ରେ ଉକ୍ତ ଯୋଜନା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ତାଳଚେର ଉପଖଣ୍ଡ ଡାକ୍ତରଖାନା ର ସହକାରୀ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅରବିନ୍ଦ ନନ୍ଦୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କର ପ୍ରତିନିଧି ଭାବେ ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବହୁ ବର୍ଷ ପରେ ଓଡିଶା ରେ ବିଜେପି ସରକାର ଆସିଲା ପରେ ଆଜି ଲାଗୁ ହୋଇଛି ଯାହାକି ସମଗ୍ର ଦେଶରେ  29000 ହସ୍ପିଟାଲ ରେ ବାର୍ଷିକ 5 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହୋଇ ପାରିବ, ଗରିବ ତଥା ବାହାର ରାଜ୍ୟରେ କାର୍ଯ୍ୟରତ ଶ୍ରମିକ ମାନେ ମଧ୍ୟ ଏଥିରୁ ଲାଭ ପାଇ ପାରିବେ ବୋଲି କହିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ତାଳଚେର ନଗରପାଳ ପବିତ୍ର ଭୁତିଆ, ଏ ଡି ଏମ ଓ  ଡ଼ଃ ପୁର୍ଣିମା ଉଦ୍ଗାତା, ଓ ଅନ୍ୟାନ୍ୟ ବହୁ କାଉନସିଲର ମାନେ ଉପସ୍ଥିତ ଥିଲେ |ଜେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉକ୍ତ ଯୋଜନା ର ଶୁଭାରମ୍ଭ ର କାର୍ଯ୍ୟକ୍ରମ ଏଲ ଏ ଡି ମାଧ୍ୟମରେ ଉପସ୍ଥିତ ଜନସାଧାରଣ ଦେଖିଥିଲେ |ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନୁଆଁ ଏକକ କାର୍ଡ ଏବଂ ଆୟୁଷ୍ମାନ ବୟୋ ବନ୍ଦନ ଯୋଜନା ର କାର୍ଡ ବଣ୍ଟନ କରିଥିଲେ |ଏ ପରିପେକ୍ଷୀରେ ଏକ ସଚେତନତା ରଥ କୁ ଉଦଘାଟନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ | 

Leave A Reply

Your email address will not be published.