ବୁଗୁଡ଼ା, : ଆଧୁନିକତାର ସ୍ବର୍ଶ ରେ ଅନେକ ଲୋକକଳା ହଜିଯାଉଥିବାବେଳେ, ଗଞ୍ଜାମ ର ଅନେକ ଅନୁଷ୍ଠାନ ଏହାକୁ ବଞ୍ଚାଇ ରଖିବାର ପ୍ରୟାସ କରି ଆଜି ସଂମ୍ମାନୀତ ହୋଇଛନ୍ତି,ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଠାକୁରାଣୀ ଯାତ୍ରା ଅବସରରେ ଚାକୁଣ୍ଡା ଏବଂ ଗୋଲାପଡା ଉଭୟ ଦଳ ମହାଭାରତ ନାଟକ ପରିବେଷଣ କରି ଦର୍ଶକ ଙ୍କ ମନମୁଗ୍ଧ କରିଥିଲେ, ଚାକୁଣ୍ଡା ଦଳ ତରଫରୁ ମା ଦକ୍ଷିଣ କାଳୀ ଚିତ୍ରାଳୟ ମଞ୍ଚ, ଆଲୋକ ଓ ରୂପ ସଜା କରିଥିବାବେଳେ ରାଜେନ୍ଦ୍ର ବିଷୋୟୀ ନିର୍ଦେଶନା ଦେଇଥିଲେ, ସେହିପରି ଗୋଲାପଡା ଦଳ ତରଫରୁ ମା ସତରୂପା ଚିତ୍ରାଳୟ ମଞ୍ଚ, ଆଲୋକ ଓ ରୂପ ସଜା କରିଥିବାବେଳେ ଲିଟିଲ ମାଷ୍ଟର ଅର୍ଜୁନ ସେଠୀ ଙ୍କ ନିର୍ଦେଶନାରେ ନିଜ ନିଜ ଅଭିନୟ ରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ, ବରିଷ୍ଠ ନିର୍ଦେଶନା ଏବଂ ଉଚ୍ଚ କୋଟିର ଅଭିନୟରେ ସନ୍ତୁଷ୍ଟ ହୋଇ ମା ମଙ୍ଗଳେଶ୍ୱରୀ ବୁଢ଼ୀ ଠାକୁରାଣୀ ଯୁବ ସଙ୍ଘ ଚାକୁଣ୍ଡା ଦଳକୁ ସମ୍ମାନିତ କରିଥିବା ବେଳେ ମାଠାକୁରାଣୀ ଯୁବ ସଙ୍ଘଗୋଲାପଡା ଦଳକୁ ମାନପତ୍ର ଦେଇ ସମ୍ମାନିତ କରି କଳାକାରଙ୍କ ମନବଳକୁ ଦ୍ଵିଗୁଣିତ କରିଥିଲେ,ଆଗାମୀ ଦିନରେ ଏହିଭଳି ନିପୁଣ ଅଭିନୟ କରି ପୌରାଣିକ ଲୋକକଳାକୁ ଉଜ୍ଜୀବିତ ରଖିବାର ପ୍ରୟାସ ଜାରି ରହିବ ବୋଲି ଉଭୟ ଦଳ କହିଛନ୍ତି.ଏହିଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି.