ନୂଆ ରେକର୍ଡ ସ୍ତରରେ ସୁନା ଦର

0 99

ଭୁବନେଶ୍ୱର,: ସୁନା ଦର ଶନିବାର ପୁଣି ବଢ଼ିଛି । ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୨୭୦ ଟଙ୍କା ବି ସର୍ବକାଳୀନ ରେକର୍ଡ ୯୫,୬୭୦ ଟଙ୍କା ଛୁଇଁଛି । ସେହିଭଳି ୨୨ କ୍ୟାରେଟ୍ ସୁନା ଦର ମଧ୍ୟ ୧୦ ଗ୍ରାମ୍ ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ୮୭,୭୦୦ ଟଙ୍କାରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶୁଳ୍କ ଯୁଦ୍ଧ ସମେତ ଅନ୍ୟାନ୍ୟ ଭୂରାଜନେତିକ କାରଣ ପାଇଁ ବଜାରରେ ସୁନା ମହଙ୍ଗା ହେବାରେ ଲାଗିଛି । ଏପ୍ରିଲ ମାସର ସୁନା ଦର ଉପରେ ନଜର ପକାଇଲେ ଜଣାଯାଏ ଗତ ୧୨ ଦିନ ମଧ୍ୟରେ ଦର ୩ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଲାଣି । ଏପ୍ରିଲ ପହିଲାରେ ୨୪ କ୍ୟାରେଟ୍ ସୁନା ଦର ୯୨,୮୪୦ ଟଙ୍କାରେ ଏବଂ ୨୨ କ୍ୟାରେଟ୍ ସୁନା ଦର ୮୫,୧୦୦ ଟଙ୍କାରେ ରହିଥିଲା ଚଳିତ ସପ୍ତାହରେ ସୁନା ଦର ଲଗାତାର ୪ ଦିନ ହେଲା ବଢ଼ିବାରେ ଲାଗିଛି । ୨୪ କ୍ୟାରେଟ୍ ସୁନା ଦର ଗତ ୪ ଦିନରେ ୪୧୨୨ ଟଙ୍କା ମହଙ୍ଗା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୫୪୫୦ ଟଙ୍କା ମହଙ୍ଗା ହୋଇଛି ।

Leave A Reply

Your email address will not be published.