ପାକିସ୍ତାନ ମହିଳାଙ୍କୁ ପୋଲିସ ପକ୍ଷରୁ ନୋଟିସ

0 97

ବ୍ରହ୍ମପୁର, : ବ୍ରହ୍ମପୁରରେ ରହୁଥିବା ପାକିସ୍ତାନ ମହିଳାଙ୍କୁ ପୋଲିସ ପକ୍ଷରୁ ନୋଟିସ୍ । ଟାଉନ ଥାନା ମିଲିଟାରୀ ଲାଇନ ସ୍ଥିତ ରହୁଥିବା ପାକିସ୍ତାନ ମହିଳାଙ୍କୁ ନୋଟିସ୍ । ପାକିସ୍ତାନ ମହିଳା ଜଣକ ହେଲେ ମିଲିଟାରୀ ଲାଇନ ବଡ ମସଜିଦ ସାହିର ରାହିମା ଆରା । ରାହିମା ଦୀର୍ଘ ୨୫ ବର୍ଷ ହେଲା ଓଡ଼ିଶାରେ ରହି ଆସୁଛନ୍ତି । କିଛି ବର୍ଷ ପୂର୍ବରୁ ରାହିମାଙ୍କ ସ୍ୱାମୀଙ୍କ ମୃତୁ୍ୟ ହୋଇସାରିଛି । ରାହିମାଙ୍କ ତିନି ଝିଅ ଥିବା ବେଳେ ସେ ନିଜର ଟାଟା ନଗରରେ ଥିବା ଝିଅ ଜ୍ୱାଇଁ
ପାଖରେ ରହୁଛନ୍ତି । ବ୍ରହ୍ମପୁରରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ନୋଟିସ୍ ଜାରି କରିଛି ପୋଲିସ । ରାହିମା ପାକିସ୍ତାନୀ ଥିବା ବେଳେ ତାଙ୍କ ସ୍ୱାମୀ ଭାରତୀୟ ଥିଲେ । ବିବାହ ପରେ ରାହିମା ନିଜ ସ୍ୱାମୀଙ୍କ ସହ ଭାରତ ଆସିଥିଲେ । ଭାରତରେ ଅବସ୍ଥାନ କରିବାକୁ ତାଙ୍କ ନିକଟରେ ଥିବା ଭିସା ଓ ଏହାର ଅବଧି ସମ୍ବନ୍ଧରେ ପୋଲିସ ଯାଞ୍ଚ କରୁଛି । ବ୍ରହ୍ମପୁରରେ ଦୀର୍ଘ ୪୫ ବର୍ଷ ଧରି ରହୁଥିଲେ ପାକିସ୍ତାନର ରାହୁଲପିଣ୍ଡିରୁ ଆସିଥିବା ମହିଳା । ୧୯୮୦ ମସିହାରୁ ରାହୁଲପିଣ୍ଡିରୁ ଆସି ବ୍ରହ୍ମପୁରରେ ରହି ଆସୁଛନ୍ତି । ଏନେଇ ପୋଲିସ ଜାଣିବା ପରେ ସମ୍ପୃକ୍ତ ମହିଳାଙ୍କୁ ନୋଟିସ୍ ଜାରି
କରାଯାଇଛି । ମହିଳାଙ୍କ ତିନୋଟି ଝିଅ ଥିବାବେଳେ ଦୁଇ ବିବାହିତା ରହିଛନ୍ତି । ମହିଳା ଜଣକ ନିଜ ବଡ଼ ଝିଅ ଜାମସେଦପୁରରେ ରହୁଛନ୍ତି । ଜାମସେଦପୁରର ଏସପିଙ୍କୁ ମଧ୍ୟ ଏନେଇ ଜଣାଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ
ନିଦେ୍ର୍ଦଶ ଓ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ । ସେପଟେ ସରକାର ଆମ ମା’ଙ୍କୁ ଦୟା କରନ୍ତୁ ବୋଲି ଝିଅ ଅନୁରୋଧ କରିଛି ।

Leave A Reply

Your email address will not be published.