ପ୍ରସିଦ୍ଧ ଶୈବପୀଠ ଗଙ୍ଗେଶ୍ୱର ଓ ଅନନ୍ତେଶ୍ୱର ଙ୍କ ପୀଠ ରେ ଶ୍ରଦ୍ଧା ଭକ୍ତିର ସହ ପାଟୁଆ ଓ ଝାମୁଯାତ୍ରାଅନୁଷ୍ଠିତ

0 57

ସାଲେପୁର / କଟକ ଜିଲ୍ଲାର ସାଲେପୁରର ମିର୍ଜାପୁର ପଞ୍ଚାୟତ ର ଗଙ୍ଗେଶ୍ୱରପୀଠ ଓ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ୟତମ ପ୍ରମୁଖ ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱର ମହାଦେବ ଙ୍କ ପୀଠରେ ଚଳିତ ବର୍ଷ  ଝାମୁଯାତ୍ରା ଓ ପାଟୁଆଯାତ୍ରା ର ଆଜି ସମାପ୍ତି ଘଟିଛି ।ପ୍ରତିବର୍ଷ ଏହି ପୀଠକୁ ବିଭିନ୍ନ ଅଞ୍ଚଳ ରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏଠାକୁ ଆସିଥାନ୍ତି।ପ୍ରତିବର୍ଷ ଝାମୁଯାତ୍ରା ଓ ପାଟୁଆ ଯାତ୍ରା ରେ ସହସ୍ରାଧିକ ଶ୍ରଦ୍ଧାଳୁ ତଥା ସାଧାରଣ ଲୋକଙ୍କ ସମାଗମ ହୋଇଥାଏ । ମାସନ୍ତ ଦିନ ଝାମୁଯାତ୍ରା,କଣ୍ଟାପାଟୁଆ ଓ ହୋଇଥାନ୍ତି । ପଣାସଂକ୍ରାନ୍ତି ଯାତ୍ରା ରେ ଅଗ୍ନୀ ପାଟୁଆ ଦଣ୍ଡପାଟୁଆ,ଖଣ୍ଡାପାଟୁଆ,ସିଡିପାଟୁଆ ହୋଇଥାନ୍ତି | ମାନସିକ ଧାରୀ ମାନେ ସେମାନଙ୍କ ର ମନୋବାଞ୍ଛା ପୂର୍ଣ ପାଇଁ ପାଟୁଆ ହୋଇଥାନ୍ତି । ସେହିପରି ୭ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ ।  ଚଳିତ ବର୍ଷ ଏହି ଯାତ୍ରା ବେଶ ହରସୋଲ୍ଲାସ ଓ  ଉଦିପନା ର  ସହ ଅନୁଷ୍ଠିତ ହୋଇଥିଲା| ଭକ୍ତ ,ମାନସିକ ଧାରୀ ଓ ଆୟୋଜକ ମାନେ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ଜାନାର୍ଦନପୁର ରେ ଦଶଭୁଜା ଙ୍କ ପୀଠରେ ଏହି ଯାତ୍ରା ପାଳିତ ହୋଇଛି ।ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀ ମାନେ ସେମାନଙ୍କ ର ବ୍ୟବସାୟ କରିବା ସହିତ ବେଶ ଜନ ଗହଳି ପରିଲକ୍ଷିତ ହୋଇଥିଲା  |

Leave A Reply

Your email address will not be published.