ବରୀ ବ୍ଲକରେ ବର୍ଦ୍ଧିତ ଭତ୍ତା ବିତରଣ ଶୁଭାରମ୍ଭ

0 76

ଯାଜପୁର,(ଡିକେ ନୁ୍ୟଜ): ୮୦ବର୍ଷ ରୁ ଉଦ୍ଧ୍ୱର୍ ଓ ଶତକଡା ୮୦ ଉର୍ଦ୍ଧ୍ୱ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଜନସେବା ଦିବସ ଉପଲକ୍ଷେ ଆଜି ବରୀ ବ୍ଲକ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରୀ ବିଡ଼ିଓ ମହେଶ୍ୱର ସେଠୀ, ତହସିଲଦାର ମାନସ ରଞ୍ଜନ ସ୍ୱାଇଁ, ଅତିରିକ୍ତ ତହସିଲଦାର କଲ୍ଲୋଳ ମିଶ୍ର, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଉପାଧ୍ୟକ୍ଷ ଅର୍ଚ୍ଚନା
ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ ସାମଲ, ଯାଜପୁର ସାଂସଦ ପ୍ରତିନିଧି ଅଭୟ କୁମାର ପଲ୍ଲାଇ ପ୍ରମୁଖ ଉପସ୍ଥିତ ଥିଲେ । ହିତାଧିକାରୀଙ୍କୁ ସୂଚନା ଦେଇ ନିଜ ଅଭିଭାଷଣରେ ବରୀ ବିଧାୟକ ଶ୍ରୀ ବିଶ୍ୱରଂଜନ ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ କି
ପାଇବାକୁ ଥିବା ମୋଟ ୧୨୯୬ ଜଣଙ୍କୁ ସେମାନଙ୍କ ପ୍ରାପ୍ୟ ତାଙ୍କ ନିକଟରେ ପହଂ·ଇବେ ଅଧିକାରୀ ମାନେ । ଅନ୍ୟମାନେ କିପରି ଯୋଡି ହେବେ ସେ ନିଶ୍ଚୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ପରେ ପରେ ମଞ୍ଚରୁ ଯାଇ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା
ସହ ମିଷ୍ଟାନ୍ନ ବାଣ୍ଟି ସେମାନଙ୍କ ସହ କଥା ହୋଇଥିଲେ ।

Leave A Reply

Your email address will not be published.