ବିକଶିତ ଗାଁ ବିକଶିତ ଓଡିଶା ଉନ୍ନୟନ ପ୍ରକଳ୍ପ ଉପରେ କୋକସରା ପଞ୍ଚାୟତ ସମିତି ରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

0 139

ଧର୍ମଗଡ଼ : ରାଜ୍ୟ ବିଜେପି ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ର ବିକାଶ ପାଇଁ ଲୋକାଭିମୁଖୀ ବିକଶିତ ଗାଁ ବିକଶିତ ଯୋଜନା ପ୍ରସ୍ତୁତ କରି ରାଜ୍ୟର ପଞ୍ଚାୟତ ସ୍ତରରେ ସମସ୍ତ ପ୍ରକାର ମୌଳିକ ସୁବିଧା କେମିତି ଜନ ସାଧାରଣ ଙ୍କ ନିକଟରେ ପହଞ୍ଚିବ ସେ ନେଇ ବ୍ଲକ ସ୍ତରରେ ନିର୍ବାଚିତ ଜନ ପ୍ରତିନିଧି ଙ୍କୁ ଏହି ଯୋଜନା ରେ ସାମିଳ କରି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର କୋକସରା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ରେ କୋକସରା ବିଡିଓ ଡ଼. ହିମାଞ୍ଚଲ ମାଝୀ ଙ୍କ ସଭାପତିତ୍ୱ ରେ  ବିକଶିତ ଗାଁ ବିକଶିତ ଓଡିଶା ର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ସମେତ ୨୨ ଗ୍ରାମ ପଞ୍ଚାୟତ ର ନିର୍ବାଚିତ ସମିତି ଓ ସରପଞ୍ଚ  ଉପସ୍ଥିତ ରହିଥିଲେ। ଆର୍ଥିକ ବର୍ଷ ୨୦୨୪/୨୫ ପାଇଁ କୋକସରା ବ୍ଲକ ର ୨୨ ପଞ୍ଚାୟତ କୁ ୨୮୯.୬୫ ଲକ୍ଷ ଅନୁଦାନ ମଞ୍ଜୁର ହୋଇଥିବା ସୂଚନା ପ୍ରଦାନ କରିଥିଲେ । ଏହି ଅନୁଦାନ ରାଶି ରେ ୨୨ ପଞ୍ଚାୟତ ରେ ଥିବା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରାଯିବ ଓ ରହି ଯାଇଥିବା ପ୍ରକଳ୍ପ କୁ ପରବର୍ତ୍ତୀ ଅନୁଦାନ ଆସିଲେ କରାଯିବା ନେଇ ସୂଚନା ଦିଆଯାଇଛି। ବୈଠକରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର।ପ୍ରଧାନୀ,ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, କାଶିବାହଲ ସମିତି ସଭ୍ୟ ଗଜାନନ ନିଆଳ,ଡାଲଗୁମା ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି,ବରାଡୋଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ପ୍ରମୁଖ ପଞ୍ଚାୟତ ଏକ୍ସନ ପ୍ଲାନ ରେ ଦିଆ ଯାଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନେଇ ଅଭିଯୋଗ ଆଣିଥିଲେ। କାର୍ଯ୍ୟକ୍ରମ କୁ ଜିପିଡ଼ିଓ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପରିଚାଳନା କରିଥିଲେ।

 

 

 

Leave A Reply

Your email address will not be published.