ବୈପାରିଗୁଡାର ଜଙ୍ଗଲରେ ଥିବା ବୀରଖମ୍ବ ମନ୍ଦିରରେ ପୂଜା ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୩୦‌ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ

0 70
କୋରାପୁଟ :  ବୈପାରିଗୁଡାର ବୀରଖମ୍ବ ମନ୍ଦିରରେ ପୂଜା ଚାଲିଥିବା ବେଳେ ହଠାତ ମହୁମାଛି ଆକ୍ରମଣ କରିବାରୁ ୩୦ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରୁ ପୂଜକଙ୍କ ସମେତ ୧୨ ଜଣ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ବୈପାରିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୧୨ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ମନ୍ଦର ପୂଜକ କୃଷ୍ଣ ନାୟକ ଏବଂ ନବରଙ୍ଗପୁର ଜିଲ୍ଲାର ୧୫ ବର୍ଷର ନାବାଳକ ଅଶ୍ୱିନୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନବରଙ୍ଗପୁରର ଅଶ୍ଵିନୀଙ୍କ ହାତ ଏବଂ ମୁହଁରେ ମହୁମାଛି ଆକ୍ରମଣ କରିଥିବା ବେଳେ ମନ୍ଦର ପୂଜକଙ୍କୁ ମଧ୍ୟ ମୁହଁ ଏବଂ ପିଠିରେ ଆକ୍ରମଣ କରିଥିବା ଜଣାପଡ଼ିଛି।
Leave A Reply

Your email address will not be published.