ବ୍ୟାଙ୍କ ଅଫ୍ ଇଣ୍ଡିଆ ବାରିପଦା ଅଞ୍ଚଳ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ପାଳିତ

0 76

ବାରିପଦା,: ୧୦ ଜାନୁଆରୀକୁ ଆନ୍ତର୍ଜାତୀୟ ସ୍ତରରେ ବିଶ୍ୱ ହିନ୍ଦୀ ଦିବସ ରୂପେ ପାଳନ କରାଯାଉଛି । ଏହି ଉପଲକ୍ଷେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବାରିପଦା ଅଞ୍ଚଳ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଉପ-ଆଞ୍ଚଳିକ ପ୍ରବନ୍ଧକ ପ୍ରଦୀପ୍ତ ରଞ୍ଜନ ରାୟଙ୍କ ସମେତ ବାରିପଦା ଅଞ୍ଚଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ରାୟ ହିନ୍ଦୀ ଦେଶର ସବୁଠାରୁ ସଶକ୍ତ ଭାଷା ଅଟେ ବୋଲି କହିଥିବା ସହ ସମସ୍ତେ ଅଧିକରୁ ଅଧିକ କାର୍ଯ୍ୟ ହିନ୍ଦୀରେ କରିବା ନିମନ୍ତେ ସେ ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଜଭାଷା ଅଧିକାରୀ ପ୍ରିୟଙ୍କା ଗୁପ୍ତା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave A Reply

Your email address will not be published.