ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ବାଟ ଦେଖାଇଛି ମହାସଂଘ

0 110

କୋରାପୁଟ,: କୋରାପୁଟ ଜିଲ୍ଲା ସୁନାବେଡା ହନୁମାନ ବଜାରରେ ମହାସଂଘ ରହିଛି । ଏହି ମହାସଂଘ ୨୦୦୨ ମସିହାରୁ ଆରମ୍ଭ ହୋଇଛି । ଏହି ସଂଘରେ ଶହେଟି ଏସଏଚଜି ମହିଳା ଗ୍ରୁପ ରହିବା ସହିତ ପାଖାପାଖି ବାର ସହ ମହିଳା ରହିଛନ୍ତି । ଦୀର୍ଘ ତେଇସି ବର୍ଷ ଧରି ମହିଳାମାନେ ଏହି ସଂଘରେ ଯୋଡିହୋଇ ଏସଏଚଜି ଗ୍ରୁପକୁ ଆସୁଥିବା ବିଭିନ୍ନ ଅନୁଦାନରେ ସାମିଲ ହୋଇ ସ୍ୱାବଲମ୍ବୀ ହୋଇଛନ୍ତି । ଏସଏଚ୍‌ଜି ଗ୍ରୁପରେ ଯାହା ମିଳୁଛି ମହିଳାମାନେ ସେଇ ଟଙ୍କାରେ ନିଜ ଖର୍ଚ୍ଚ ଉଠାଇବା ସହିତ ପରିବାର ଖର୍ଚ୍ଚ ମଧ୍ୟ ଉଠାଉଛନ୍ତି । ଜୀବନ ଜୀବିକାର ବାଟ ଦେଖାଉଛି ମହାସଂଘ ବୋଲି ମହିଳା କହିଛନ୍ତି । ଦୀର୍ଘ ତେଇସି ବର୍ଷ ଧରି ମହିଳାମାନେ ଏହି ମହାସଂଘରେ ଯୋଡି ହୋଇ ଅନେକ ଲାଭବାନ ମଧ୍ୟ ହେଇଛନ୍ତି । ଏହି ମହା ସଙ୍ଘକୁ ବଦନାମ କରିବା ପାଇଁ ସ୍ଥାନୀୟ ଜଣେ ଯୁବକ ନିଜକୁ ସୂଚନା କର୍ମୀ କହି ମହିଳାମାନଙ୍କୁ ଟଙ୍କା ମାଗି ହଇରାଣ କରୁଛି । ମହା ସଂଘ ନାଁ ରେ ମିଥ୍ୟା ଅଭିଯୋଗ ଆଣି ମହିଳାମାନଙ୍କୁ ହଇରାଣ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।ମହିଳାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତି ମହିଳାମାନେ ବାର୍ଷିକ ତିନି ଶହ ଟଙ୍କା ଲେଖାଏଁ ଆଦାୟ କରି ମହା ସଂଘରେ ଏକଜୁଟ କରି ରଖୁଛନ୍ତି । ସେଇ ଟଙ୍କାରେ ମହିଳା ଦିବସ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବା ତା ସହିତ ଯଦି କୌଣସି ସଦସ୍ୟାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟେ ତେବେ ମହାସଂଘ ତରଫରୁ ତିରିଶି ହଜାର ଟଙ୍କା ପ୍ରଦାନ, ଦୁର୍ଘଟଣା କିମ୍ବା ମେଡ଼ିକାଲ ସହାୟତା ରାଶି ପାଇଁ ପାଞ୍ଚ ହଜାର ସହାୟତା, ମାଗଣାରେ ଆମ୍ବୁଲାନ୍ସ ସେବା, ବ୍ଲଡ଼ ଡୋନେସନ କ୍ୟାମ୍ପ, ବାର୍ଷିକ ଉତ୍ସବ, ନୂତନ ଗୃହ ନିର୍ମାଣ କରିବା, ଦୈବିଦୁର୍ବିପାକ ସହାୟତା ପାଇଁ ପାଞ୍ଚ ହଜାର ଟଙ୍କା ଦିଆଯାଉଛି ବୋଲି ମହିଳାମାନେ କହିଛନ୍ତି । ନିଜର ସୁବିଧା ଓ ଅସୁବିଧା ପାଇଁ ସେମାନେ ସ୍ୱଇଛାରେ ମହା ସଂଘକୁ ବାର୍ଷିକ ତିନି ଶହ ଟଙ୍କା ଦାନ କରୁଛନ୍ତି । ଯାହା ସେମାନଙ୍କ କାମରେ ଆସୁଛି । ୨୦୨୨ରେ ଏହି ସଂଘ ଛାଡି କିଛି ମହିଳା ଅନ୍ୟ ଏକ ସଂଘ ଗଠନ କରିଛନ୍ତି । ୨୦୨୨ ରୁ ୨୦୨୫ ମଧ୍ୟରେ ରହିଥିବା ସୁବିଧା ସେମାନଙ୍କୁ ଯୋଗାଇ ଦେବା ପାଇଁ ସଂଘ ଛାଡି ଯାଇଥିବା ମହିଳା ମାନେ କହିଛନ୍ତି । ମହା ସଂଘ ଛାଡି ଯିବା ପରେ ରହିଥିବା ସୁବିଧା ଯୋଗାଇ ଦିଆଯିବ ନାହିଁ ବୋଲି ମହାସଂଘର ମହିଳାମାନେ ସଫା ସଫା ମନା କରି ଦେଉଛନ୍ତି । ମହାସଂଘ ଛାଡି ଯାଇଥିବା ମହିଳାଙ୍କ ସହିତ ମିଶି ନିଜକୁ ସୂଚନା କର୍ମୀ କରି ମହା ସଂଘକୁ ବଦନାମ କରିବା ପାଇଁ ଚେଷ୍ଟା କରା ଯାଉଛି ବୋଲି ମହାସଂଘର ମହିଳାମାନେ କହିଛନ୍ତି । ଏ ନେଇ ମହିଳା ମାନେ ଥାନା ଓ ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଯଦି ପ୍ରଶାସନ କିଛି ନ ଶୁଣିବେ ତେବେ ଆଗାମୀ ଦିନରେ ମହା ସଂଘର ସମସ୍ତ ମହିଳା ମାନେ ଏକଜୁଟ ହୋଇ ରାଜ ରାସ୍ତାକୁ ଓହ୍ଲାଇବା ସହିତ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.