ମା’ବୁଢ଼ୀ ଠାକୁରାଣୀଙ୍କ ସବୁଠାରୁ ଆକର୍ଷଣୀୟ ବେଶ

0 45

ବ୍ରହ୍ମପୁର, : ହେଉଛି ବାଘ ବେଶ । ମାନସିକଧାରୀମାନେ ବାଘ ବେଶ ପାରି ନାଚି ନାଚି ମା’ଙ୍କ ପାଖକୁ ଯାଇ ଦର୍ଶନ କରିଥାନ୍ତି । ଏହି ବାଘ ବେଶରେ ସଜ୍ଜିତ ହେବାକୁ ଜଣେ ମାନସିକଧାରୀଙ୍କୁ ୫ ରୁ ୬ ଘଣ୍ଟା ସମୟ ଲାଗିଥାଏ । ବାଘ ବେଶରେ ସଜ୍ଜିତ ହେବା ପରେ ନିଜ ଗୁରୁଙ୍କ ଠାରୁ କିଭଳି ବାଘ ନାଚ କରିବେ ସେ ନେଇ ମାନସିକଧାରୀମାନେ ଶିକ୍ଷା ଲାଭ କରିଥାନ୍ତି । ସେହିକ୍ରମରେ ବ୍ରହ୍ମପୁର ପ୍ରେମନଗରର ତିନୋଟି ମାନସିକଧାରୀମାନେ ବାଘ ବେଶ ଧାରଣ କରିଥିଲେ । ବାଘ ବେଶରେ ନିଜକୁ ସଜ୍ଜିତ କରିବା ପରେ ନାଚି ନାଚି ପ୍ରଥମେ ମା\’ଙ୍କୁ ଅସ୍ଥାୟୀ ପୀଠରେ ଦର୍ଶନ କରିବା ପରେ ନିଜ ସମ୍ପର୍କୀୟମାନଙ୍କ ଘରକୁ ବୁଲିଥିଲେ । ତେବେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏଭଳି ବାଘ ବେଶ ଧାରଣ କରିଥିବା ବେଳେ ନାଚି ନାଚି ପ୍ରଥମେ ମାଁ ଓ ପରେ ସହର ପରିକ୍ରମା କରିଥିବା ବେଳେ ମା\’ଙ୍କ ଆଶୀର୍ବାଦରୁ କଷ୍ଟ ଜଣାପଡିନଥାଏ ବୋଲି କହିଛନ୍ତି ମାନସିକଧାରୀମାନେ । ଗଞ୍ଜାମର ଅନ୍ୟ ଏକ ପରମ୍ପରା ବାଘ ନାଚ । ବିଶେଷ ବାବେ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ସମୟରେ ବାଘ ବେଶଧାରୀଙ୍କୁ ପ୍ରତିଦିନ ସହରରେ ଦେଖୁବାକୁ ମିଳିଥାଏ । ବାଘ ବେଶଧାରୀ ଯେତେ ସୁନ୍ଦର ତାହାଠାରୁ ବାଘ ନାଚ ଅତି ମନୋରମ । ବୁଧବାର ଅସ୍ଥାୟୀ ମଣ୍ଡପରେ ଚଳିତ ଯାତ୍ରାର ପ୍ରଥମ ବାଘ ବେଶଧାରୀଙ୍କୁ ଦେଖୁବାକୁ ମିଳିଛି । ଏକା ଥରେ ୩ ଭାଇ ବାଘ ବେଶ ଧାରଣ କରିଥିଲେ । ସେମାନେ ହେଉଛନ୍ତି ପ୍ରେମ ନଗର ଛକର ଟି.ଦୁର୍ଗାପ୍ରସାଦ, ଟି.ଶ୍ରୀକାନ୍ତ ଓ ଟି.କିଶୋର । ଦୁର୍ଗା କହିଛନ୍ତି, ପରମ୍ପରା ଅନୁଯାୟୀ ଆମେ ବାଘ ବେଶ ଧାରଣ କରିଛୁ । ପୂର୍ବରୁ ପ୍ରତି ଯାତ୍ରାରେ ବାପା ଟି.ଶ୍ରୀନିବାସ ରାଓ ବାଘ ବେଶ ଧାରଣ କରୁଥିଲେ । ଗତ ୫ ବର୍ଷ ହେଲା ମୁଁ ମଧ୍ୟ ବାଘ ବେଶ ଧାରଣ କରୁଛି । ବାପାଙ୍କ ସହ ମିଶି ଥରେ ବାଘ ବେଶ ଧାରଣ କରିଥିଲି । ସେହିପରି କିଶୋର ୫ଥର ଏବଂ ଶ୍ରୀକାତ ୩ଥର ଯାତ୍ରାରେ ବାଘ ବେଶ ଧାରଣ କରିଛନ୍ତି । ଦୁଇ ଭାଇ ସହରରେ ରହି ବ୍ୟବସାୟ କରୁଥିବା ବେଳେ ଶ୍ରୀକାନ୍ତ ହାଇଦ୍ରାବାଦରେ ରହି ଏମ୍‌ବିଏ ପାଠ ପଢୁଛି । ପରମ୍ପରା ବଜାୟ ରଖିବା ପାଇଁ ବେଶ ଧାରଣ କରିବାକୁ ଆସିଛି । ବେଶ ଧାରଣ କରିବା ପାଇଁ ସକାଳୁ ଉପବାସ ରହିଥାଉ । ୫ ଘଣ୍ଟା ଧରି ଚିତ୍ରକାର ଦେହରେ ବାଘର ପ୍ରତିଛବି ତିଆରି କରନ୍ତି । ଏହାପରେ ପ୍ରଥମେ ମାଆଙ୍କ ନିକଟରେ ଆସି ପୂଜା କରିଥାଉ । ସବୁବେଳେ ମାଆଙ୍କ ଆଶୀର୍ବାଦ ରହିଥାଉ ବୋଲି କାମନା କରିଥିବା ସେ କହିଛନ୍ତି ।

Leave A Reply

Your email address will not be published.