ଧର୍ମଗଡ଼, : କଳାହାଣ୍ଡି ଗସ୍ତରେ ଆସି ରବିବାର ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ମେଗାଲିଫ୍ଟ କେନାଲରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକର ପାଖାପାଖି ୨୬ ହଜାର ହେକ୍ଟରକୁ ଖରିଫ ଓ ରବି ·ଷ ପାଇଁ ଜଳସେଚନ ଯୋଗାଇ ଦେବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ମତେ ୨୦୨୧ ଜାନୁଆରୀରେ ତକ୍ରାଳୀନ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗାଲିଫ୍ଟ କେନାଲକୁ ୩ ବ୍ଲକରେ ଥିବା ଅଣ ଜଳସେଚିତ ଅଞ୍ଚଳକୁ ଜଳସେଚନ ପାଇଁ ଲୋକାର୍ପଣ କରିଥିଲେ । ତେବେ ମେଗାଲିଫ୍ଟ କେନାଲରୁ ଖରିଫ ଋତୁରେ ସ୍ୱାଭାବିକ ଭାବରେ
ଜଳସେଚନ ଜାରି ରହିଥିବା ବେଳେ ଚଳିତ ବର୍ଷ ରବି ·ଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ଥିବା ଦର୍ଶାଇ ଉଠା ଜଳସେଚନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଜଳସେଚନ ବନ୍ଦ କରିଛି । ପୂର୍ବରୁ ଜଳସେଚନ ଦାବିରେ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଛି ତେବେ ଜଳସେଚନ ନେଇ କୌଣସି କାର୍ଯ୍ୟକାରୀ ହେଲାନାହିଁ । ଫଳରେ ୩ ବ୍ଲକର ·ଷି ସମୂହ ନିରାଶ ହୋଇଛନ୍ତି ।
ଆଗକୁ ଖରିଫ ଓ ରବି ·ଷ ପାଇଁ ମେଗାଲିଫ୍ଟ କେନାଲରେ ନିରନ୍ତର ଜଳସେଚନ କରିବା ପାଇଁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ଉପସ୍ଥିତିରେ କୋକସରା ବ୍ଲକର ୨୨ ପଞ୍ଚାୟତ ଗ୍ରାମସଭା ପ୍ରସ୍ତାବିତ ଓ ବ୍ଲକ ସମିତି
ବୈଠକରେ ରେଜୁଲେସନ ପ୍ରସ୍ତାବ ଦସ୍ତାବିଜ ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ପ୍ରଦାନ କରାଯାଇଛି ।