ଯାଜପୁର ଓ ପାରାଦ୍ୱୀପରେ ବିଭିନ୍ନ ପ୍ରକଳ୍ପର ଏମଓୟୁରେ ଯୋଗ ଦେଲେ ଯାଜପୁର ସାଂସଦ

0 52

ଯାଜପୁର,: ଯାଜପୁର ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ ଡଙ୍କାରୀ ତୈଳ ପ୍ରକଳ୍ପ ଓ ପାରାଦୀପ ପେଟ୍ରୋ କେମିକାଲ ପ୍ରକଳ୍ପର ଏମଓୟୁ ଦିଲ୍ଲୀ ଠାରେ ଓଡିଶା ଓ ଭାରତ ସରକାର ଇଣ୍ଡିଆନ ଅଏଲ ମଧ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜଗତସିଂପୁର ସାଂସଦ ବିଭୁପ୍ରସାଦ ତରାଇଙ୍କ ସହ ଯାଜପୁରର ଲୋକପ୍ରିୟ ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ଆଲୋଚନା କରିଛନ୍ତି । ଡ଼ଙ୍କାରି ପ୍ରକଳ୍ପ ପାଇଁ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହପୁରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ମଧ୍ୟ ଅନୁରୋଧ କରିଥିବା ଜଣାପଡିଛି । ଏଥି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହର୍ଦିପ ସିଂହପୁରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଇଣ୍ଡିଆନ ଅଏଲ ସହ ଅନ୍ୟାନ୍ୟ ସଂସ୍ଥାକୁ ଡକ୍ଟର ବେହେରା ଧନ୍ୟବାଦ ପ୍ରଦାନ କରିଛନ୍ତି । ପୂର୍ବଦ୍ୟୋୟର ବିକାଶରେ ଓଡ଼ିଶା ଓ ଯାଜପୁରର ବଡ଼ ଅବଦାନ ରହିବ । ଏହି ପ୍ରକଳ୍ପରେ ଯାଜପୁରର ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ବିକାଶ ହେବ ବୋଲି ଡକ୍ଟର ବେହେରା କହିଛନ୍ତି ।

Leave A Reply

Your email address will not be published.