ବ୍ରହ୍ମପୁର -୨୮,୧୨.
ସଂସ୍କୃତ ଭାରତୀ ଓଡ଼ିଶା ପ୍ରାନ୍ତ ପକ୍ଷରୁ ସ୍ଥାନୀୟ ଗୋସାଇଁ ନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଜ୍ୟ ସ୍ତରୀୟ** ଦ୍ବିଦିନାତ୍ମକ ସଂସ୍କୃତ ସମ୍ମିଳନୀ*ଉଦଘାଟିତ ହୋଇଯାଇଅଛି। ରାଜ୍ୟ ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ଆୟୁଷ୍ମନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର ଗୋପବନ୍ଧୁ ମିଶ୍ର କହିଲେ ଆମେ ଭୁଲିଯିବା ଅନୁଚିତ ଯେ ସଂସ୍କୃତ ଭାଷା ସୂତ୍ରରୂପେ ଅଦୃଶ୍ୟ ଭାବେ ସମସ୍ତ ଭାରତୀୟ ଭାଷାମାନଙ୍କୁ ଗୁନ୍ଥି ରଖିଛି। ତଥାପି ତିନି ତୁଣ୍ଡରେ ଛେଳି କୁକୁର ହେବା ଭଳି ବୈଦେଶିକ ମାନେ ଏହି ପବିତ୍ର ଭାଷାକୁ ମୃତ ଭାଷା ଭାବେ ଅପପ୍ରଚାର କରି ଆସୁଛନ୍ତି। ବ୍ରହ୍ମପୁର ବିଧାୟକ କେ ଅନୀଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତ ସମ୍ମିଳନୀର ସଫଳତା କାମନା କରିଥିଲେ। ଚିକିଟି ବିଧାୟିକାଙ୍କ ପତ୍ନୀ ସମାଜ ସେବୀ ମୀନା ସାମନ୍ତରାୟ ସଂସ୍କୃତ ର ପ୍ରଚାର ପ୍ରସାର ପାଇଁ ସଂସ୍କୃତଭାରତୀର ଉଦ୍ୟମକୁ ପ୍ରଶଂସା କରିଥିଲେ। ଶିଶୁ ମନ୍ଦିରର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର କହିଲେ ଯେ ସଂସ୍କୃତ ବିନା ଭାରତ ବିଶ୍ୱଗୁରୁ ହୋଇ ପାରିବ ନାହିଁ। ପୂର୍ବ ପ୍ରାନ୍ତ ପ୍ରମୁଖ ପଣ୍ଡିତ ନୃସିଂହ ଚରଣ ପଣ୍ଡା ବିଭିନ୍ନ ସତ୍ରରେ ସମାଗତ ପ୍ରଚାରକ ଓ ଶିବିର ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ବେଳେ ସମ୍ପାଦକ ଅଜିତ କୁମାର ପଣ୍ଡା, ପ୍ରାଧ୍ୟାପକ ରମାକାନ୍ତ ସା, ଡଃ ମାନସ ସାହୁ, ଡଃ ନବୀନ ପ୍ରଧାନ, ଡଃ ସୁଶାନ୍ତ ରାୟ,,,,,,, ପ୍ରମୁଖ ସହଯୋଗ କରୁଛନ୍ତି।
ଗଞ୍ଜାମ ଶାଖା କାର୍ଯ୍ୟକର୍ତ୍ତା ସୁନୀଲ କୁମାର ପାଣିଗ୍ରାହୀ, ପ୍ରମୋଦ କୁମାର ବାଜୁବନ୍ଧ, ଆଦିତ୍ୟ କୁମାର ରଥ, ରମେଶ ଚରଣ ତ୍ରିପାଠୀ,ରବି ପାତ୍ର, ମନୋଜ କୁମାର ତ୍ରିପାଠୀ, ଗୋପାଳ କୃଷ୍ଣ ପାଢ଼ୀ, ସାଲବେଗ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରୁଛନ୍ତି।