ସମ୍ଭାବ୍ୟ ଯୁଦ୍ଧ କୁ ନେଇ ପାରାଦ୍ଵୀପ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ

0 44
ପାରାଦ୍ଵୀପ, :- ବନ୍ଦର ନଗରୀ ପାରାଦ୍ଵୀପ ରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି କୁ ନେଇ ଏବେ ସବୁଆଡେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯିବା ସହ ବନ୍ଦର ନିଷିଦ୍ଧାଞ୍ଚଳ ର ସମସ୍ତ ୫ଟି ଗେଟ୍ ର ସୁରକ୍ଷା ବ୍ୟବସ୍ଥା କୁ ବଢାଇ ଦିଆଯାଇଛି। ବନ୍ଧୁକ ଧାରୀ ସୁରକ୍ଷା କର୍ମୀ ଯଗି ରହିଥିବା ବେଳେ ବନ୍ଦର ମଧ୍ୟ କୁ ଯାତାୟାତ କରୁଥିବା ଗାଡିମୋଟର ସହ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ତନତନ କରି ଯାଞ୍ଚ କରାଯାଉଛି। ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ୪ପ୍ଲାଟୁନ ପୋଲିସ୍ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଉଛି। ଅନ୍ୟ ପଟେ ଉପକୂଳ ସୁରକ୍ଷା କୁ ଦୃଷ୍ଟିରେ ରଖି ଜଳସ୍ଥଳ ଓ ବାୟୁସେନା ସଜାଗ ରହିଥିବା ବେଳେ ଉପକୂଳରେ ମେରାଇନ୍ ପୋଲିସ ପେଟ୍ରୋଲିଂ କରିବା ସହ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ପାରାଦୀପ ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ପାରାଦୀପ ବନ୍ଦର ସହ ବିଭିନ୍ନ ଶୀଳ୍ପ ସଂସ୍ଥା ବୃହତ ତୈଳ ବିଶୋଧନାଗାର ସହ ଦୁଇ ଦୁଇଟି ସାର କାରଖାନା ରହିଛି। ସେ ଦୃଷ୍ଟିରୁ ଯୁଦ୍ଧ ପରିସ୍ଥିତି କୁ ନଜର ରଖି ପ୍ରଶାସନ ତରଫରୁ ସୁରକ୍ଷା କୁ ନେଇ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପାରାଦ୍ଵୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୁତି ରଞ୍ଜନ କର।
Leave A Reply

Your email address will not be published.