ସରକାର ଆଣିବେ ନୂଆ ଡାଟା ନୀତି

0 198

ଭୁବନେଶ୍ୱର, : ରାଜ୍ୟ ସରକାର ଏକ ନୂଆ ରାଜ୍ୟ ଡାଟା ନୀତି ଆଣିବା ଯୋଜନା ରଖିଛନ୍ତି । ଲୋକସେବା ଭବନରେ ଡାଟା ପଲିସି ଆଣ୍ଡ୍ ଇନୋଭେସନ୍‌ ସେଣ୍ଟର (ଡିପିଆଇସି) ଓ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହଯୋଗିତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି । ଶ୍ରୀ ଆହୁଜା କହିଛନ୍ତି ଯେ ନୂଆ ନୀତି ଓଡ଼ିଶାକୁ ପ୍ରମାଣ ଆଧାରିତ ନିଷ୍ପତ୍ତି ନେବାରେ ସହାୟକ ହେବ । ରାଜ୍ୟରେ ଏକ ବ୍ୟାପକ ଡାଟା ବ୍ୟବସ୍ଥା ବିକାଶ କରିବା ଉପରେ ମଧ୍ୟ ସରକାର କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ସରକାରୀ ବିଭାଗ ଓ ନୀତି ର୍ନିଧାରକ ମାନେ ଡାଟାକୁ ବ୍ୟବହାର କରି ସଶକ୍ତ ହୋଇପାରିବେ ବୋଲି ସେ କହିଛନ୍ତି । ଏହି ଅବସରରେ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ କହିଛନ୍ତି ଯେ ପ୍ରଶାସନିକ କାର୍ଯ୍ୟରେ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ଲାଗି ଡିପିଆଇସି ଜରିଆରେ ଡାଟା ବିଜ୍ଞାନ ଟୁଲ୍‌ ଓ ଉତ୍ତତ ଗବେଷଣା ପଦ୍ଧତି ବ୍ୟବହାର କରିବା ଲାଗି ଉଦ୍ୟମ କରାଯାଉଛି ।

Leave A Reply

Your email address will not be published.