ଭୁବନେଶ୍ୱର,: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି । ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର ବୃଦ୍ଧି ସବୁ
ବର୍ଗର ଗ୍ରାହକଙ୍କୁ ଅତିରିକ୍ତ ଖର୍ଚ୍ଚାନ୍ତ କରାଉଥିଲା ବେଳେ ବ୍ୟବସାୟ ମାନ୍ଦା ରହୁଥିବା ବେଳେ ବର୍ତ୍ତମାନ ସୁନା ଦର ସର୍ବୋଚ୍ଚସ୍ତରରେ ପହଞ୍ôଚଛି ଏବଂ ରୁପା ଦର ୧.୧୦ ଲକ୍ଷ ନିକଟବର୍ତ୍ତୀ ହୋଇଛି ବୋଲି ଉଭୟ ରିଟେଲ ଓ ବୃହତ୍ବର୍ଗର ବ୍ୟବସାୟୀମାନେ ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ଦରବୃଦ୍ଧି ଯୋଗୁ ଗ୍ରାହକ କାର୍ଯ୍ୟ ଚଳାଇବା ଭଳି କାରବାର ବା ସାମଗ୍ରୀ କ୍ରୟ କରୁଥିବା ଅଳଙ୍କାର ବ୍ୟବସାୟୀମାନେ କହିଛନ୍ତି । ଏପରି କି ସେମାନଙ୍କ କହିବା ଅନୁଯାୟୀ ଯେଉଁ ଗ୍ରାହକ ପୂର୍ବ ଥର ମନ ମୁତାବକ ସାମଗ୍ରୀ କ୍ର କରୁଥିଲାବେଳେ ବର୍ତ୍ତମାନ ସେହି ଗ୍ରାହକ କାମ ଚଳାଇବା ଭଳି ସାମଗ୍ରୀ କ୍ରୟ କରୁଛି । ଗୋଟିଏ ପଟରେ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ଉଚ୍ଚା ରହିଥିଲା ବେଳେ ଅପରପକ୍ଷରେ ଶୁଭ କାର୍ଯ୍ୟ ପାଇଁ ସୁନା ଓ ରୁପା ଭଳି ମୂଲ୍ୟବାନ ସାମଗ୍ରୀ କିଣିବାକୁ ମଧ୍ୟ ଗ୍ରାହକ କୁଣ୍ଠାବୋଧ କରୁଛନ୍ତି । ସେହିଭଳି ରବିବାର ଭୁବନେଶ୍ୱରରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦର ୮୪,୪୧୦ ଟଙ୍କାରେ କାରବାର ହେଉଥିଲା ବେଳେ ପ୍ରତି ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ଦର ୭୭,୪୫୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନାର ଦର ୬୩,୩୭୦ ଟଙ୍କାରେ ବିକ୍ରି ହେଉଥିଲା ବେଳେ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୧,୦୭,୦୦୦ ଟଙ୍କାରେ ରହିଛି । ସେହିପରି ନୂଆଦିଲ୍ଲୀରେ ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦର ୮୪,୬୬୩ ଟଙ୍କାରେ କାରବାର ହେଉଥିଲା ବେଳେ ପ୍ରତି ୧୦ ଗ୍ରାମ ପିଛା ୨୨କ୍ୟାରେଟ ସୁନାର ଦର ୭୭,୬୨୩ ଟଙ୍କା ଏବଂ ୧୮ କ୍ୟାରେଟ ସୁନାର ଦର ୬୩,୪୯୦ ଟଙ୍କାରେ ବିକ୍ରି ହେଉଥିଲା ବେଳେ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୧,୦୨,୦୦୦ଟଙ୍କାରେ ରହିଛି । ଉଲ୍ଲେଖଯୋଗ୍ୟ, ଚେନ୍ନାଇ ବଜାରରେ ୨୪ କ୍ୟାରେଟ ସୁନାର ଦର ୮୪,୫୧୧ ଟଙ୍କାରେ କାରବାର ହେଉଥିଲାବେଳେ ରୁପା ଦର ପ୍ରତି କିଲୋଗ୍ରାମ ପିଛା ୧,୦୯,୭୦୦ ଟଙ୍କାରେ ପହଞ୍ôଚଛି ।
ସର୍ବୋଚ୍ଚ ସ୍ତରରେ ସୁନା ଦର
Next Post