ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ, ୨ ଯବାନ ସହିଦ

0 126

ରାୟପୁର, : ଛତିଶଗଡ଼ରେ ପୁଣି ହୋଇଛି ବଡ଼ ଧରଣର ନକ୍ସଲ ଅପରେସନ୍ । ଏଥିରେ ୩୧ଜଣ ନକ୍ସଲ ନିହତ ହୋଇଛନ୍ତି । ସେହିପରି ଏହି
ଏନକାଉଣ୍ଟର ବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ପୋଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍‌ଭି)ର ହୋଇଥିବା ବେଳେ ଅନ୍ୟ ଜଣେ ସ୍ପେଶାଲ ଟାସ୍କ ଫୋର୍ସର ବୋଲି ଜଣାପଡ଼ିଛି । ରବିବାର ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଏହି ଏନକାଉଣ୍ଟର ହୋଇଥିଲା । ବିଭିନ୍ନ ସୁରକ୍ଷା ବଳର ଯବାନମାନେ ମିଳିତ ଭାବେ ଏଥିରେ ସାମିଲ ହୋଇଥିଲେ । ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ଗୁଳିବିନିମୟରେ ମୋଟ ୩୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସମସ୍ତଙ୍କ ମୃତଦେହକୁ ଜବତ କରାଯାଇଛି । ଆମେ ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛୁ । ଏକନକାଉଣ୍ଟର ସ୍ଥଳରୁ
ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି ବୋଲି ଅନ୍ୟ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ବହୁ ମାତ୍ରାରେ ଏକେ-୪୭, ଏସ୍‌ଏଲ୍‌ଆର, ଇନ୍ସାସ୍‌ ରାଇଫଲ, ୩୦୩ ଓ ବିଜିଏଲ୍ ଲଞ୍ଚର ରହିଛି । ଏନକାଉଣ୍ଟରରେ ଆହତ ହୋଇଥିବା ଯବାନମାନେ ବିପଦମୁକ୍ତ ଅଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅତିରିକ୍ତ ସୁରକ୍ଷା ବଳକୁ ଘଟଣାସ୍ଥଳକୁ ପଠାଯାଇଛି । ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହା ଏକ ବଡ଼ ସଫଳତା । ନକ୍ସଲମୁକ୍ତ ଭାରତ ଗଠନ ନେଇ ଯବାନଙ୍କୁ ବଡ଼ ସଫଳତା ମିଳିଛ ନକ୍ସଲଙ୍କ ମୃତ୍ୟୁ ଘଟିଛି ଓ ବିପୁଳ ପରିମାଣର ବିସ୍ଫୋରକ ମିଳିଛି । ଏହି ନକ୍ସଲ
ଲଢେଇରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନିଶ୍ଚିତରେ ଦେଶକୁ ନକ୍ସଲମୁକ୍ତ କରିବୁ । ଏହି ସଦ୍ୟ ଏନକାଉଣ୍ଟର ସହିତ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ର ବସ୍ତର ଡିଭିଜନରେ ୮୧ଜଣ ନକ୍ସଲ ନିହତ ହୋଇସାରିଲେଣି । ଗତ ବର୍ଷ ବସ୍ତର ଡିଭିଜନରେ ୨୬୦ରୁ ଅଧିକ ନକ୍ସଲ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିଲେ ।

Leave A Reply

Your email address will not be published.