ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

0 88

ଭୁବନେଶ୍ୱର, : କିଟ୍‌ ବିଶ୍ୱବିଦ୍ୟାଳୟରେ ଗତ ରବିବାର ଦିନ ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା (୧୯)ଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନେପାଳ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି । ଶ୍ରୀ ମାଝୀ ବୁଧବାର ଦିଲ୍ଲୀରେ ନେପାଳ ବୈଦେଶିକ ବ୍ୟାପାର ବିଭାଗର କାଉନ୍ସିଲର ସଂଜୀବ ଦାସ ଶର୍ମାଙ୍କ ସହିତ କଥା ହେବା ସହିତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିଟ୍‌ ବିଶ୍ୱବିଦ୍ୟାଳୟରେ ସ୍ଥିତି ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ଶ୍ରୀ ମାଝୀ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ କିଟ୍ ଫେରି ଆସିବା ପାଇଁ ଅପିଲ କରିଛନ୍ତି । ଏନେଇ ରାଜ୍ୟ ଅତିଥି ଭବନରେ ନେପାଳର ଅଧିକାରୀଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍‌, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନେଜା ଆହୁଜା ଉପସ୍ଥିତ ଥିଲେ । ନେପାଳର ବେଦେଶିକ ବ୍ୟାପାର ମନ୍ତ୍ରୀ ଡ.ଆରଜୁ ରାଣା ଦେଉବା ମଧ୍ୟ ଶ୍ରୀ ସୂରଜଙ୍କ ସହିତ ମୋବାଇଲ୍ ଫୋନରେ କଥା ହୋଇଥିଲେ । ରାଜ୍ୟ ସରକାର ବୁଧବାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଜଣେ ଅତିରିକ୍ତ ମୁଖ୍ୟ ଶାସନ
ସଚିବଙ୍କ ନେତୃତ୍ୱରେ ଏହି କମିଟି ଘଟଣାର ତଦନ୍ତ କରିବ । ଏହି କମିଟିରେ ଗୃହ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ମଧ୍ୟ ସାମିଲ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି, ବୁଧବାର ସକାଳେ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାର ତଦନ୍ତ କରାଯାଇଥିଲା । ଏହି ତଦନ୍ତ ବେଳେ ଯେଉଁ ତଥ୍ୟ ମିଳିଲା, ଏହି କଥାକୁ ଆହୁରି ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି । ଏଥି ପାଇଁ ଉଚ୍ଚସ୍ତରୀୟ କମଟ ଗଠନ କରାଯାଇଛି । କିଟ୍ରେ କେଉଁ କାରଣରୁ ସାଇନ୍‌ ଡାଏନ ଘୋଷଣା କରାଗଲା । ଏହା ପଛରେ କାରଣ କ\’ଣ ରହିଛି? ନେପାଳର ଛାତ୍ରଛାତ୍ରୀମାନଙ୍କୁ କାହିଁକି କଟକ ଷ୍ଟେସନରେ ଛଡ଼ାଗଲା? ଏହି ନିଷ୍ପତ୍ତି ନେବା ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଶିକ୍ଷା ବିଭାଗ ଓ ଗୃହ ବିଭାଗକୁ ଜଣାଯାଇ ନାହିଁ ।

Leave A Reply

Your email address will not be published.